ଯଦି ଏକାଠି ଲଢିବୁ, ନବୀନ ବାବୁଙ୍କ ସାଥୀ ହୋଇ ଲଢିବୁ:ଅମିତ ଶାହ

ନୂଆଦିଲ୍ଲୀ : ବିଜେଡି-ବିଜେପିମେଣ୍ଟ ଉପରୁ ପରଦା ଉଠିପାରୁନାହିଁ। ମେଣ୍ଟ ହେବ କି ନାହିଁ, ହେବ ଯଦି କେବେ ଘୋଷଣା ହେବ ତାହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ଏହି ସମୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ସାମନାକୁ ଆସିଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ । କିଛି ବି ହୋଇପାରେ  କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।  ତେବେ ଏ ସଂପର୍କରେ ରଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ନିଶ୍ଚିତ ଭାବେ ଲୋକସଭା ଓ ବିଧାନସଭାରେ ଆମ ସଂଖ୍ୟା ବଢିବ । ଓଡିଶାରେ  ବିଜେପିର ବଡ ଅଭିବୃଦ୍ଧି ଘଟିବ । କିଛି ବି ହୋଇପାରେ, ପ୍ରଥମେ ଏନେଇ ନିଷ୍ପତ୍ତି ଆଗ ହେଉ । ଆମେ ଏକାଠି ଲଢିବୁ କି ଏକାକୀ ଲଢିବୁ, ଆଗ ନିଷ୍ପତ୍ତି ହେଉ । ଯଦି ଏକାଠି ଲଢିବୁ, ନବୀନ ବାବୁଙ୍କ ସାଥୀ ହୋଇ ଲଢିବୁ । ଏକାକୀ ଲଢିଲେ ସରକାର ଗଠନ ପାଇଁ ଲଢିବୁ । ଦିଲ୍ଲୀରେ ଏକ କାର୍ୟ୍ୟକ୍ରମରେ କହିଲେ ଗୃହ ମନ୍ତ୍ରୀ ଅମିତ ଶାହ । ଏଥିସହିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଭଲପାଇବା ଅଛି । ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ । ନିଶ୍ଚିତରୂପେ ଓଡିଶାର ବିଧାନସଭା ଓ ଲୋକସଭା ସିଟରେ ବିଜେପିର ସିଟ୍ ବଢିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ଶାହା ।

Related Articles

Leave a Reply

Your email address will not be published.

Back to top button