ଗରିବଙ୍କ E-KYC ଭୁଲ୍ରେ କଟିଥିଲେ ଜଣାନ୍ତୁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: E-KYCରେ ଗରିବଙ୍କ ରାଶନକାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ଗରିବଙ୍କର E-KYC କଟିଛି ମୋତେ କୁହନ୍ତୁ। ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ। ଯଦି ଭୁଲରେ କଟିଯାଇଛି, ଆଉ ଥରେ ଆବେଦନ କରନ୍ତୁ, ସର୍ଭେ କରିକି ଦେବୁ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରାୟ ୧ ଲକ୍ଷ ଲୋକଙ୍କ ରାଶନକାର୍ଡ କଟିଛି। ଇନ୍କମ୍ ଟ୍ୟାକ୍ସ ଦେଉଥିବା, ଭଲ ଚାକିରି କରୁଥିବା ଲୋକଙ୍କର କଟିଛି ବୋଲି ମନ୍ତ୍ରୀ କହିଛନ୍ତି।