୩୦ ରୁ କଳିଙ୍ଗ ଷ୍ଟାଡିୟମରେ ଆଇକନିକ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ଵର: ଆଇକନିକ୍ ସ୍ପୋର୍ଟ୍ସ ଫେଡେରେସନ୍, ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍  ମିଳିତ ଭାବରେ ଆସନ୍ତା ୩୦ ତାରିଖରୁ ୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଶ୍ୱସ୍ତରୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଆଇକନିକ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ଘୋଷଣା କରିଛି। ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଜାପାନ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ତାଇୱାନ ପରି ଚାରୋଟି ବିଶ୍ୱସ୍ତରୀୟ ଦଳ ସହିତ ଭାରତର ୧୮ ଟି ରାଜ୍ୟ ଦଳ ଅଂଶଗ୍ରହଣ କରିବେ, ଯେଉଁଥିରେ ୪୦୦ ରୁ ଅଧିକ ଖେଳାଳି, ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏକତ୍ରିତ ହେବେ। ଖେଳାଳିମାନେ କ୍ଲାସିକ୍ ଏବଂ ଡବଲ୍ସ ଉଭୟ ବର୍ଗରେ ପ୍ରତିଯୋଗିତା କରିବେ। ଆଇଏସଏଫ, କେଉଁଝରର ନାଇବୁଗା ଲୁହା ଏବଂ ମାଙ୍ଗାନିଜ୍ ଖଣିର ଅଧ୍ୟକ୍ଷ-ଏବଂ -ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଆୟୋଜନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି ଏବଂ ଉମାକାନ୍ତ ଜେନା ଙ୍କୁ କାର୍ଯ୍ୟକାରୀ ସେକ୍ରେଟାରୀ ଭାବେ ନିଯୁକ୍ତି କରାଯାଇଛି। ଏହି ସମ୍ମାନଜନକ ଭୂମିକା ଓଡ଼ିଶାରେ କ୍ରୀଡା ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button