ଆଇସିସି ରାଙ୍କିଂ ପ୍ରକାଶ: କୋହଲି ପୁଣି ନମ୍ବର ୱାନ୍

ନୂଆଦିଲ୍ଲୀ: ୨୦୨୬ ପାଇଁ ପ୍ରଥମ ଆଇସିସି ରାଙ୍କିଂ ପ୍ରକାଶ ପାଇଛି। କୋହଲି ପୁଣି ନମ୍ବର ୱାନ୍। ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଏକ ନମ୍ବରରେ କୋହଲି । କୋହଲିଙ୍କ ରେଟିଂ ଏବେ ୭୮୫ କୁ ବୃଦ୍ଧି ପାଇଛି। ରୋହିତ ଶର୍ମାଙ୍କୁ ପଛରେ ପକାଇ କୋହଲି ନମ୍ବର ୱାନ୍ । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କୋହଲିଙ୍କୁ ନମ୍ବର ୱାନ୍ ମାନ୍ୟତା ମିଳିଛି । ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଦ୍ୱିତୀୟ । ମାନ୍ୟତାରେ ୬ ପଏଣ୍ଟ ହରାଇ ରୋହିତ ନମ୍ବର ୩କୁ ଖସିଲେ । ପଞ୍ଚମରେ ଅଛନ୍ତି ଶୁବମନ୍ ଗିଲ୍ । ସେପଟେ ଟି – ୨୦ ବ୍ୟାଟିଂରେ ଅଭିଷେକ ଶର୍ମା ନମ୍ବର ୱାନ୍ ମାନ୍ୟତା ବଜାୟ ରଖିଛନ୍ତି । ବୋଲିଂ ଟେଷ୍ଟରେ ବୁମ୍‌ରା ଓ ଟି – ୨୦ରେ ବରୁଣ ଚକ୍ରବର୍ତ୍ତୀ ନମ୍ବର ୱାନ୍ । ଟେଷ୍ଟ ଅଲରାଉଣ୍ଟର ମାନ୍ୟତାରେ ଜାଡେଜା ପୂର୍ବପରି ନମ୍ବର ୱାନ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button