ଆରମ୍ଭ ହେଲା HPV ଟୀକାକରଣ

ଭୁବନେଶ୍ବର: କର୍କଟ ରୋଗର ମୁକାବିଲା କ୍ଷେତ୍ରରେ ଆଉ ଏକ ବଡ଼ ପଦେକ୍ଷେପ । ଦେଶରେ ମାନବ ପାପିଲୋମା ଭୁତାଣୁ (Human Papilloma Virus-HPV) ସଂକ୍ରମଣ ନିବାରଣ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟ ସ୍ତରୀୟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ଵର ସ୍ଥିତ କୃଷି ଭବନରେ ଆରମ୍ଭ କରିଛନ୍ତି । ଆମ ଦେଶର ଗର୍ଭାଶୟ ଗ୍ରୀବା କର୍କଟରେ (Cervical Cancer) ପୀଡ଼ିତ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଆହ୍ୱାନ । ବୈଜ୍ଞାନିକ ଅନୁସନ୍ଧାନ ଓ ପ୍ରମାଣରୁ ଜଣାପଡ଼ିଛି ଯେ, ପ୍ରାୟ ସବୁ ଗର୍ଭାଶୟ ଗ୍ରୀବା କର୍କଟ ପାପିଲୋମା ଭୁତାଣୁ ସଂକ୍ରମଣ ହେତୁ ହୋଇଥାଏ । ପ୍ରଥମରୁ ଏହି ରୋଗର କୌଣସି ଲକ୍ଷଣ ଜଣା ପଡ଼ିନଥାଏ । ଏହି ରୋଗର ନିରାକରଣ ମାନବ ପାପିଲୋମା ଭୁତାଣୁ (HPV) ଟୀକାର ଗୋଟିଏ ମାତ୍ରା ଦ୍ଵାରା ଟୀକାକରଣ ମାଧ୍ୟମରେ କରାଯାଇପାରିବ । ଓଡ଼ିଶାରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ଯୋଗ୍ୟ କିଶୋରୀମାନଙ୍କୁ ଏହି ଅଭିଯାନରେ ସାମିଲ୍ କରାଯାଇଛି । ଯେଉଁ କିଶୋରୀ ମାନଙ୍କର ବୟସ ୧୪ ବର୍ଷ ହୋଇଥିବ ଏବଂ ୧୫ ବର୍ଷ ହୋଇନଥିବ ସେମାନେ ଏହି ଟୀକା ନେଇପାରିବେ । ଯଦି କିଶୋରୀଙ୍କୁ ପୂର୍ବରୁ କୌଣସି ଟୀକା ନେବା ପରେ ଆଲର୍ଜି ହୋଇଥାଏ, ଗର୍ଭଧାରଣ କରିଥିଲେ ବା ଗୁରୁତର ଅସୁସ୍ଥ (ଯେପରିକି ଗୁରୁତର ରକ୍ତହୀନତା, ନିମୋନିଆ, ଜ୍ଵର, ଇତ୍ୟାଦି) ହୋଇଥିଲେ ଏହି ଟୀକା ନେବେ ନାହିଁ । ଓଡ଼ିଶାରେ ପ୍ରାୟ ୩.୩୬ ଲକ୍ଷ କିଶୋରୀ ବାଳିକା ଏହି ଟୀକା ପାଇବେ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button