ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ହରର୍‌ ମୁଭି

ଭୁବନେଶ୍ବର: ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଲା ଚଳଚ୍ଚିତ୍ର। କେତେକ ହରର ମୁଭି ଦେଖିବାକୁ ପସନ୍ଦ କରିଥାଆନ୍ତି। ଏହା ସିନା ମନକୁ ସାମୟିକ ଆନନ୍ଦ ଦେଇଥାଏ, ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ଆବଶ୍ୟକତାଠାରୁ ଅଧିକ ହରର ମୁଭି ଦେଖିଲେ, ତାହାର ପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ମତବ୍ୟକ୍ତ କରିଛନ୍ତି ସିଓଲ ୟୁନିଭର୍ସିଟିର ବିଶେଷଜ୍ଞମାନେ। ନିୟମିତ ହରର ମୁଭି ଦେଖିଥିବା କେତେକ ବ୍ୟକ୍ତିଙ୍କୁ ଏହି ସର୍ଭେର ପରିସରଭୁକ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଏହାଦ୍ୱାରା ପ୍ରଭାବିତ ହେଉଥିବାର ଜଣାପଡ଼ିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଏଭଳି ମୁଭି ଦେଖିବା ସମୟରେ ଅନେକ ଏକ ଲୟରେ ପରଦାକୁ ଚାହିଁ ରହିଥାଆନ୍ତି। ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଆଖିକୁ ବିଶ୍ରାମ ନ ମିଳିବାରୁ ଆଖିଡୋଳା ପ୍ରଭାବିତ ହୋଇଥାଏ। ତେଣୁ ହରର ମୁଭି ଦେଖିବା ବେଳେ ନିୟମିତ ସମୟ ଅନ୍ତରାଳରେ ଆଖି ପଲକ ପକାଇବା ଦରକାର। ଏହାଫଳରେ ଆଖିକୁ କିଛି ସମୟ ବିଶ୍ରାମ ମିଳିଥାଏ।

Related Articles

Leave a Reply

Your email address will not be published.

Back to top button