ଗୃହ ମନ୍ତ୍ରଣାଳୟର କଡା କାର୍ଯ୍ୟାନୁଷ୍ଠାନ, ଦିଲ୍ଲୀ ବିଧାନସଭା ସଚିବଙ୍କୁ କଲା ନିଲମ୍ବିତ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦିଲ୍ଲୀରେ ବଡ ପଦକ୍ଷେପ ନେଇଛି। ଏଠାରେ ରାଣୀ ଝାଂଶୀ ଫ୍ଲାଏ ଓଭର ସହ ଜଡିତ ଅନିୟମିତତା ମାମଲାରେ ଦିଲ୍ଲୀ ବିଧାନସଭା ସଚିବ ରାଜ କୁମାରଙ୍କୁ ଗୃହ ମନ୍ତ୍ରଣାଳୟ ନିଲମ୍ବିତ କରିଛି। ଏହି ମାମଲାରେ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସିଭିଲ ସର୍ଭିସ ଅଧିକାରୀ ରାଜ କୁମାର ଗୃହମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପୁରୁଣା ମାମଲାରେ ନିଲମ୍ବନ ଉପରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ। ଏହି ସମୟରେ ରାଜ କୁମାର କହିଛନ୍ତି ଯେ, ମୋର ନିଲମ୍ବନ ସମ୍ପର୍କରେ ମୁଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଇଛି। ଏହା ଏକ ପୁରୁଣା ମାମଲା ଏବଂ ମୋତେ ମୋ ପକ୍ଷ ଉପସ୍ଥାପନ କରିବାକୁ କୌଣସି ସୁଯୋଗ ଦିଆଯାଇନଥିଲା, ତେଣୁ ମୋର ଆଉ କିଛି କହିବାର ନାହିଁ। ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲ ୧୬ ତାରିଖରେ ଦିଆଯାଇଥିବା ଆଦେଶ ଅନୁଯାୟୀ ରାଜ କୁମାରଙ୍କ ବିରୋଧରେ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରାଯାଉଛି।

Related Articles

Leave a Reply

Your email address will not be published.

Back to top button