ଜାରି ରହିବ ଖରାଛୁଟି: ୧୬ ପରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ବୃଦ୍ଧି ପାଇଥିବାରୁ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡିଛି । ତେଣୁ ରାଜ୍ୟରେ ବର୍ତ୍ତମାନର ତାତିକୁ ନଜର ଦେଇ ରାଜ୍ୟ ସରକାର ଆସନ୍ତା ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ମାତ୍ରା ପୂର୍ବରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ମେ’ ୫ରୁ ଜୁନ ୧୮ ପର୍ଯ୍ୟନ୍ତ ଖରାଛୁଟି ଲାଗି ସ୍କୁଲ ବନ୍ଦ ରହିବ । କିନ୍ତୁ ବହୁ ପୂର୍ବରୁ ଛୁଟି ଘୋଷଣା କରାଯିବାରୁ ୧୬ରୁ ପୁଣି ପାଠପଢ଼ା ଆରମ୍ଭ ହେବ କି ନାହିଁ ତାକୁ ନେଇ ଅଭିଭାବକ ଚିନ୍ତିତ । ଗତ ୪୮ଘଣ୍ଟା ହେବ ରାଜ୍ୟରେ ଯେପରି ପାରଦ ବଢ଼ିଚାଲିଛି ସକାଳ ୮ଟାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ତେଣୁ ସକାଳୁଆ ସ୍କୁଲ କଲେ ବି ପିଲାମାନେ ଗରମରେ ଅସହ୍ୟ ହୋଇପଡ଼ିବେ । ତେଣୁ ୧୬ ପରେ ଆଉ ସ୍କୁଲ ନଖୋଲି ଛୁଟିକୁ ଜୁନ ୧୮ ପର୍ଯ୍ୟନ୍ତ ଜାରି ରଖାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଚନ୍ତି । ଏହବ୍ୟତୀତ ଏବେ ବିଭିନ୍ନ ସ୍କୁଲରେ ପୂର୍ବପରି କିଛି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରି ରୋଷ୍ଟର ଡ୍ୟୁଟିରେ ରହି ଖାତାବହି ବାଣ୍ଟୁଛନ୍ତି ।
୧୬ପରେ ସ୍କୁଲ ଖୋଲିବ କି ନାହିଁ ସେ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଖରାକୁ ଦେଖି ଆଗାମୀ ୧୬ ପରେ ପୁଣି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାର ଓ ରାଜସ୍ୱ ବିଭାଗ ଯାହା ନିଷ୍ପତ୍ତି ନେବ, ତାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ସମ୍ବେଦନଶୀଳ ଘଟଣାରେ ସଠିକ ନିଷ୍ପତ୍ତି ନିଅନ୍ତି । ଜାପାନରୁ ଫେରି ଖରା ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ । ଏହାସହ ସ୍ୱାସ୍ଥ୍ୟ ଜନିତ କଥାକୁ ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଯେପରି ତାତି ବଢ଼ିଛି ସେଥିରେ ସ୍କୁଲରେ ପିଲାଙ୍କୁ ପଢ଼ାଇବା ସମ୍ଭବ ନୁହେଁ । ଯଦି ପାଗରେ ପରିବର୍ତ୍ତନ ଘଟେ, ତାପମାତ୍ରା ହ୍ରାସ ପାଏ ଏବଂ ଅଭିଭାବକ ଆଗ୍ରହ ପ୍ରକାଶ କରନ୍ତି ତେବେ ୧୭ରୁ ସ୍କୁଲ ଖୋଲିବ ଏବଂ ପାଠପଢ଼ା ହେବ ।

Related Articles

Leave a Reply

Your email address will not be published.

Back to top button