ହକି ଇଣ୍ଡିଆ ଲିଗ୍: ରାଞ୍ଚି ରୟାଲ୍ସକୁ ହରାଇ ଫାଇନାଲରେ କଳିଙ୍ଗ ଲାନ୍ସର୍ସ

ଭୁବନେଶ୍ବର: ହକି ଇଣ୍ଡିଆ ଲାଗ୍ କ୍ୱାଲିଫାୟାର ରାଉଣ୍ଡରେ ବିଜୟୀ ହୋଇଛି ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ । କଳିଙ୍ଗ ଷ୍ଟାଡିୟମରେ ରାଞ୍ଚି ରୟାଲସ ଏବଂ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବିଜୟ ସହ ହକି ଇଣ୍ଡିଆ ଲିଗ୍-2026 ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ ଟିମ୍। ମ୍ୟାଚ ଆରମ୍ଭରୁ ହିଁ ଲଢୁଆ ପ୍ରଦର୍ଶନ ଜାରି ରଖିଥିଲା ଘରୋଇ ଟିମ୍। ପ୍ରଥମ କ୍ୱାର୍ଟରରେ ଏକ ପେନାଲଟି ଗୋଲ କରି ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ । ଦ୍ଵିତୀୟ କ୍ୱାର୍ଟରରେ ରାଞ୍ଚି ରାୟଲସ କୁ ୪ଟି ପେନାଲଟି ସୁଯୋଗ ମିଳିଥିଲେ ମଧ୍ୟ ଗୋଲ କରିବାରେ ବିଫଳ ହୋଇଥିଲା ଦଳ । ତୃତୀୟ କ୍ୱାର୍ଟରରେ ଲାନ୍ସର୍ସ ଦଳକୁ ବ୍ୟାକ ଟୁ ବ୍ୟାକ ଦୁଇଟି ପେନାଲଟି ସୁଯୋଗ ମିଳିଥିଲା । ସେଥିରୁ ଗୋଟିଏକୁ ଗୋଲରେ ରୁପାନ୍ତରିତ କରି ୨-୦ ରେ ଆଗୁଆ ରହିଥିଲା ଲାନସର୍ସ । ଲାନ୍ସର୍ସ ପକ୍ଷରୁ ଉଭୟ ଗୋଲ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ମ୍ୟାଚର ୩୯ ମିନିଟରେ ରାଞ୍ଚି ପକ୍ଷରୁ ଏକ ପେନାଲଟି ଗୋଲ ଦେଇ ମ୍ୟାଚକୁ ୨-୧ ସ୍ଥିତିକୁ ଆଣିଥିଲେ ମନଦୀପ ସିଂ। ୫୪ ମିନିଟରେ ପୁଣି ଏକ ପେନାଲଟି ସୁଯୋଗ ହାତଛଡା କରିଥିଲା ରାଞ୍ଚି ।

Related Articles

Leave a Reply

Your email address will not be published. Required fields are marked *

Back to top button