ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଭୁବନେଶ୍ୱର: ରାଜ୍ୟରେ ଜାଲ ଦସ୍ତଖତରେ ଶିକ୍ଷକ ନିଯୁକ୍ତି ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆସନ୍ତା ୩ ସପ୍ତାହ ମଧ୍ୟରେ ଏନେଇ ଉତ୍ତର ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । କାହିଁକି ଏଫଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ରାପଡ଼ାର ପୂର୍ବତନ  ଅତିରିକ୍ତ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ ହୋଇଥିଲା । ଏନେଇ ଏତଲା ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ନହେବରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button