ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ: ଭୋଟ ବେଳେ କକ୍ଷ ତ୍ୟାଗ କଲା ବିଜେପି

ନୂଆଦିଲ୍ଲୀ: ଆଜି ବିଧାନସଭାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ୍ ଜିତିଛନ୍ତି। ଆସ୍ଥା ଭୋଟ୍ ସପକ୍ଷରେ ୪୫ ଭୋଟ୍ ଦିଆଯାଇଥିବାବେଳେ ବିରୋଧୀ ଶୂନ୍ୟ ଭୋଟ୍ ପାଇଛି। ଭୋଟ୍ ସମୟରେ ବିଜେପି ବିଧାୟକମାନେକକ୍ଷ ତ୍ୟାଗ କରିଥିଲେ। ମତଦାନ ପୂର୍ବରୁ ଫ୍ଲୋର ଟେଷ୍ଟରେ ହୋଇଥିବା ଆଲୋଚନାକୁ ଜବାବ ଦେଉଥିବାବେଳେ ହେମନ୍ତ ସୋରେନ ବିଜେପିକୁ କଡା ଟାର୍ଗେଟ କରିଥିଲେ। ସେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ହେମନ୍ତ ସୋରେନଙ୍କ ଭାଷଣ ସମୟରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ହେମନ୍ତ ସୋରେନ୍ କହିଥିଲେ ଯେ, ସେମାନଙ୍କର ନା ବିଚାର ଅଛି କି ଏଜେଣ୍ଡା ଅଛି। ସେମାନଙ୍କର କେନ୍ଦ୍ରୀୟ ଏଜେନ୍ସି ଅଛି। ଯଦି ବିଧାୟକଙ୍କ ସଂଖ୍ୟାର ଅଧା ମଧ୍ୟ ଏକାଠି ହୁଅନ୍ତି, ତେବେ ଏହା ଏକ ବଡ଼ କଥା ହେ। ଲୋକସଭା ନିର୍ବାଚନରେ ​​ନିଜର ଚେହେରା ଦେଖାଇଛନ୍ତି, ଏବେ ରାଜ୍ୟ ନିର୍ବାଚନ ବାକି ଅଛି। ଗ୍ରାଣ୍ଡ ଆଲାଇନ୍ସ ଏକାଠି ଲଢିବ ଏବଂ ସେମାନଙ୍କୁ କଡା ଜବାବ ଦିଆଯିବ। ସେମାନଙ୍କର ଷଡଯନ୍ତ୍ର କାମ କରିବ ନାହିଁ।

Related Articles

Leave a Reply

Your email address will not be published.

Back to top button