’ଗୁଳିର ଜବାବ ଗୋଳାରେ ଦିଆଯିବ’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୋପାଳ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତିକରଣ ମହା ସମ୍ମେଳନରେ ସମ୍ବୋଧିକ କରି ଦେଶର ମହିଳାଙ୍କ ପାଇଁ ହୋଇଥିବା ଉନ୍ନତିକରଣ କାମ ବିଷୟରେ କହିଛନ୍ତି । ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି । ସେହି ଶକ୍ତି ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କ ପାଇଁ କାଳ ସାଜିଛି । ଅପରେସନ ସିନ୍ଦୂର ଆତଙ୍କବାଦୀ ବିପକ୍ଷରେ ଭାରତ ଇତିହାସରେ ସବୁଠାରୁ ସଫଳ ଅପରେସନ । ଭାରତୀୟ ସେନା ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେବ ପାକିସ୍ତାନ ସେନା କେବେ ଭାବିନଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ସିନ୍ଦୂର ଆମ ପରମ୍ପରାରେ ମହିଳା ଶକ୍ତିର ପ୍ରତୀକ । ରାମଙ୍କ ଭକ୍ତିରେ ହନୁମାନ ଜୀ ମଧ୍ୟ ସିନ୍ଦୂର ପିନ୍ଧନ୍ତି । ଆମେ ଶକ୍ତି ପୂଜାରେ ସିନ୍ଦୂର ଅର୍ପଣ କରୁ । ଏହି ସିନ୍ଦୂର ଏବେ ଭାରତର ସାହସର ପ୍ରତୀକ ପାଲଟିଛି । ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିଥିଲେ । ସେମାନେ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ । ଅପରେସନ ସିନ୍ଦୂର ଆତଙ୍କବାଦୀ ବିପକ୍ଷରେ ଭାରତ ଇତିହାସରେ ସବୁଠାରୁ ସଫଳ ଅପରେସନ । ଭାରତୀୟ ସେନା ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେବ ପାକିସ୍ତାନ ସେନା କେବେ ଭାବିନଥିଲା । ସେମାନେ ଶହ ଶହ କିଲୋମିଟର ଭିତରକୁ ପଶି ସେମାନଙ୍କୁ ଧୂଳିସାତ୍ କରିଦେଇଛନ୍ତି । ଅପରେସନ ସିନ୍ଦୂର ସ୍ପଷ୍ଟ ଭାବରେ କହିଛି ଯେ ଆତଙ୍କବାଦୀଙ୍କ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କରାଯିବ ନାହିଁ। ଏବେ ଆମେ ଘରେ ପଶି ମଧ୍ୟ ହତ୍ୟା କରିବୁ । ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ ତାଙ୍କୁ ମଧ୍ୟ ବହୁତ ମୂଲ୍ୟ ଦେବାକୁ ପଡିବ । ଭାରତର ପ୍ରତ୍ୟେକ ନାଗରିକ କହୁଛନ୍ତି, ଯଦି ତୁମେ ଗୁଳି ମାରି ଚଳାଇବ ତ, ଆମେ ଗୁଳିର ଜବାବ ଗୋଳାରେ ଦେବୁ ।

Related Articles

Leave a Reply

Your email address will not be published. Required fields are marked *

Back to top button