ଜିଏସଟି ସଂସ୍କାର ବିକାଶକୁ ତ୍ୱରାନ୍ୱିତ କରିବ: ମୋଦି

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଜିଏସଟି ସଂସ୍କାର ନେଇ  ସୂଚନା ଦେଇ କହିଛନ୍ତି ଯେ କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ସବୁ ବର୍ଗର ଲୋକେ ଜିଏସଟି ସଂସ୍କାର ଦ୍ୱାରା ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବ । ୨୦୧୭ରେ ପ୍ରଥମ କରି ଜିଏସଟି ଲାଗୁ କରାଯାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ । ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଥିଲା । ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡୁଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଜିଏସଟି ପାଇଁ ସଂକଳ୍ପ କରିଥିଲି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ ଜିଏସଟି ସଂସ୍କାର ସମ୍ଭବ ହୋଇଛି । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି । ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି । କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button