ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦେବ ଜିଏସଟି ହ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ ଦ୍ବାରା ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ସମେତ ସମବାୟ, ଚାଷୀ ଏବଂ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ ହେବେ। ଏହି ସଂସ୍କାରଗୁଡ଼ିକ ସମବାୟ କ୍ଷେତ୍ରକୁ ମଜବୁତ କରିବ। ସେମାନଙ୍କର ଉତ୍ପାଦଗୁଡ଼ିକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ସହ ସେମାନଙ୍କର ଉତ୍ପାଦର ଚାହିଦା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ଗ୍ରାମୀଣ ଉଦ୍ୟୋଗକୁ ବୃଦ୍ଧି କରିବ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମବାୟକୁ ଉତ୍ସାହିତ କରିବ ଏବଂ ଲକ୍ଷ ଲକ୍ଷ ପରିବାରକୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇବ। ଜିଏସଟି ହ୍ରାସ କୃଷି ଏବଂ ପଶୁପାଳନରେ ନିୟୋଜିତ ସମବାୟଗୁଡ଼ିକୁ ଲାଭଦାୟକ କରିବ। ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ କ୍ଷୁଦ୍ର ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ସିଧାସଳଖ ଲାଭ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ପରବର୍ତ୍ତି ପିଢିର ସଂସ୍କାରକୁ ଅମୂଲ ଭଳି ବୃହତ ସମବାୟ ବ୍ରାଣ୍ଡ ସମେତ ସମଗ୍ର ଦୁଗ୍ଧ ସମବାୟ କ୍ଷେତ୍ର ସ୍ୱାଗତ କରିଛି। ଦୁଗ୍ଧ କ୍ଷେତ୍ରରେ, ଚାଷୀ ଏବଂ ଗ୍ରାହକମାନଙ୍କୁ ଜିଏସଟି ରେ ସିଧାସଳଖ ରିହାତି ଦିଆଯାଇଛି। କ୍ଷୀର ଏବଂ ପନିର, ବ୍ରାଣ୍ଡେଡ୍ କିମ୍ବା ଅଣବ୍ରାଣ୍ଡେଡ୍, ଜିଏସଟିରୁ ମୁକ୍ତ କରାଯାଇଛି। ବଟର, ଘିଅ ଏବଂ ଅନ୍ୟାନ୍ୟ ଏପରି ଉତ୍ପାଦ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି। ଲୁହା, ଷ୍ଟିଲ୍ ଏବଂ ଆଲୁମିନିୟମରେ ତିଆରି କ୍ଷୀର କ୍ୟାନିଷ୍ଟର ଉପରେ ଜିଏସଟି ମଧ୍ୟ ୧୨% ରୁ ୫% କୁ ହ୍ରାସ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button