ଅନୁଭବ- ବର୍ଷା ବିବାହ ବିଚ୍ଛେଦ ଅନୁମତି ପ୍ରଦାନ

ଭୁବନେଶ୍ବର : ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ କଟକ ପରିବାର ଅଦାଲତ ଦେଇଥିବା ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ରାୟ ଦେଇ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହ ଯେଉଁ କାରଣ ଦର୍ଶାଇ କଟକ ପରିବାର ଅଦାଲତ ଏହାକୁ ଖାରଜ କରିଛନ୍ତି, ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ। ଯାହାର ରାୟ ଆଜି ପ୍ରକାଶ କରି ହାଇକୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ପ୍ରଦାନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button