ସରକାରଙ୍କ ନିଷ୍ପତ୍ତି: ସକାଳୁଆ ହେବ ଅଙ୍ଗନବାଡ଼ି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାହା ହେଲା ଏଣିକି ରାଜ୍ୟର ସବୁ ଅଙ୍ଗନବାଡ଼ି ସକାଳୁଆ ହେବ । ଅଙ୍ଗନବାଡ଼ିଗୁଡ଼ିକ ସକାଳ ୭ଟାରୁ ଦିନ ୧୧.୩୦ ଯାଏଁ ଚାଲିବ । ଏନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆରଏସ ପ୍ୟାକେଟ ରଖିବାକୁ ନିଦେ୍ର୍ଧଶ ଜାରି କରାଯାଇଛି । ପୂର୍ବରୁ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ସ୍କୁଲ ଚାଲିବ। ପ୍ରକାଶ ଯେ ରାଜ୍ୟରେ ଏବେ ତାତି ଅସହ୍ୟ । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଏହାରି ଭିତରେ ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ଅଧା ସହର ଜଳିଲାଣି । ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ଓ ଝାରସୁଗୁଡ଼ା ୩୭.୨ ଡିଗ୍ରୀ, ଭୁବବେନଶ୍ୱର ୩୬.୬ ଡିଗ୍ରୀ, ହୀରାକୁଦ ୩୬ ଡିଗ୍ରୀ, କେନ୍ଦୁଝର ଓ ସମ୍ବଲପୁର ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button