ତିନି ମନ୍ତ୍ରୀଙ୍କୁ ଶପଥ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ

ଭୁବନେଶ୍ବର: ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଜି ତିନି ନୂଆମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ। ସେମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥପାଠ କରାଇଛନ୍ତି। ଲୋକସଭା ଭବନରେ ଥିବା କନଭେନସନ ହଲରେ ତାଙ୍କୁ ଶପଥ କରାଯାଇଛି। ଏହି ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଏବଂ ବିଧାୟକଗଣ ଉପସ୍ଥିତ ଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରେକ୍ଷାଳୟକୁ ସମସ୍ତ ଅତିଥୀ ପହଞ୍ଚିସାରିଥିଲେ। ଏହାପରେ ରାଜ୍ୟପାଳ ଆସିବା ପରେ ଶପଥପାଠ ଆରମ୍ଭ କରାଯାଇଥିଲା।  ସମସ୍ତେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button