ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର:ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର:ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ହେବ ନିର୍ମାଣ। ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନ ନିକଟରେ ତିଆରି ହେବ ବିପର୍ଯ୍ୟୟ ଭବନ । ଗୋଟିଏ ଛାତ ତଳେ ଏକାଠି କାମ କରିବେ SRC, ଅଗ୍ନିଶମ ଓ ପାଣିପାଗ ବିଭାଗ । କେନ୍ଦ୍ର ସହଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ ।ମନ୍ତ୍ରୀ ଆହୁରି କହିଛନ୍ତି ମଲ୍ଟି ଷ୍ଟୋର୍ଡ ଭୂତ୍ତଳ ବିଲ୍ଡିଂ ନିର୍ମାଣ କରାଯିବ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷାକରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ିହେବ ସେ ନେଇ ବ୍ୟବସ୍ଥା କରାଯିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ମଗାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।