ଆନନ୍ଦ ଚନ୍ଦ୍ର ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁବର୍ଣ୍ଣ ଜୟନ୍ତୀ: ସାମ୍ବାଦିକ ଆଶିଷ ନାୟକଙ୍କୁ ସମ୍ମାନିତ

କେନ୍ଦ୍ରାପଡା : ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆଶିଷ କୁମାର ନାୟକଙ୍କୁ ସମ୍ମାନିତ । ଗୁରୁ ବ୍ରଦର୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବାର୍ଷିକ ଉତ୍ସବରେ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ରେ ରହିଥିବା ସିକୋ ଗ୍ରାମ ପଂଚାୟତ ଅଧୀନରେ ରହିଥିବା ଡାଳିକାଏନ୍ଦା ଗ୍ରାମର ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ନାମରେ ଆଜିକୁ ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ବା ଗୁରୁ ବ୍ରଦର୍ସ କ୍ରିକେଟ ଟୁର୍ନାମେଣ୍ଟ ୨୦୨୫-୨୬ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅଧୀନରେ ରହିଥିବା ସିକୋ ଗ୍ରାମ ପଂଚାୟତ ଅନ୍ତର୍ଗତ ବ୍ରିଟିଶମାନଙ୍କ ଗୁଳିରେ ସହୀଦ ହୋଇଥିଲେ ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନା ।

କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତିରେ ଡାଳିକାଏନ୍ଦା ଗ୍ରାମରେ ଦୀର୍ଘ ୫ ଦଶନ୍ଧି ଧରି ଆୟୋଜିତ ହୋଇଆସୁଛି ବିପ୍ଲବୀ କବି ଆନନ୍ଦ ଚନ୍ଦ୍ର ଜେନା । ଖେଳକୁ ପ୍ରୋତ୍ସାହନ ଓ ନୂଆ ଖେଳାଳି ତିଆରି ଲକ୍ଷରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୫୦ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବା ସହ ଖେଳର ପ୍ରଚାର ପ୍ରସାର ପାଇଁ ଯୁବ ସାମ୍ବାଦିକ ଆଶିଷ କୁମାର ନାୟକଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁବର୍ଣ୍ଣ ଜୟନ୍ତୀ ୨୦୨୫-୨୬ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଏବଂ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ ।

ଦୀର୍ଘ ୫୦ ବର୍ଷ ଧରି ଏଭଳି ଭାବେ ଖେଳକୁ ଉତ୍ସାହିତ କରିଥିବା ଅନୁଷ୍ଠାନକୁ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ରଘୁରାମ ଆୟାର ମହୋଦୟ କୃତଜ୍ଞତା ପ୍ରଦାନ ସହ ଦେଖଣାହାରୀଙ୍କୁ ବଧାଇ ଜଣାଇଥିଲେ । ଏହା ସହ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ର ଦାନ୍ତ ବିଭାଗ ର OMTA ଓଡିଶା ମେଡିକାଲ ଟିଚର୍ସ ଆସୋସିଏସନର ସଭାପତି ଡାକ୍ତର ଆଶିଷ କୁମାର ବାରିକ। ଯୁବ ସାମ୍ବାଦିକ ଆଶିଷ କୁମାର ନାୟକଙ୍କୁ ଦୈନିକ ଖେଳ ଖବର ପ୍ରସାରଣ ପାଇଁ ସମ୍ବର୍ଦ୍ଧନା କରିବା ଅବସରରେ କନିକା ଭାସ୍କର ସମାଜସେବୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଡାକ୍ତର ହୟଗ୍ରୀବ ଗୁରୁ ପ୍ରଶଂସା ମଧ୍ୟ କରିଥିଲେ ।

ସୂଚନା ଥାଉ କି, ବିପ୍ଲବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଓଡିଶାର ଦୌଡ଼ରାଣୀ ତଥା ଅନ୍ତର୍ଜାତୀୟ ଅଲମ୍ପିକ ଖେଳାଳି ଦୁତି ଚାନ୍ଦ ଏବଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ । ଏହି ଉଦଘାଟନୀ ମ୍ୟାଚରେ ଆଳି ଖରାଖାଇ କ୍ରିକେଟ ଟିମ ଏବଂ ରାଜକନିକା ଗିରିଆ କ୍ରିକେଟ ଟିମ ଦୁଇଟି ଶକ୍ତିଶାଳୀ ଟିମ ଭାଗ ନେଇଥିଲେ। ଆଳି ଖରାଖାଇ ଟିମକୁ ଗିରିଆ ଟିମ ପରାସ୍ତ କରି ବିଜୟୀ ହୋଇଥିଲେ ।



