କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇଦିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ପୁଣି ଡରାଇଲାଣି କରୋନା । ଦେଶରେ ଏବେ ନିୟମିତ କେସ୍ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରୋଗୀ ବି ଚିହ୍ନଟ ହେଲେଣି । ଏହାରି ଭିତରେ ରାଜ୍ୟ ସରକାର ବି ତପ୍ତରତା ପ୍ରକାଶ କଲେଣି । ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜନସାଧାରଣଙ୍କୁ ସତର୍କ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇଦିଅନ୍ତୁ । ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ । ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ । ଏ ପର୍ୟ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ କିନ୍ତୁ ଟେଷ୍ଟିଂ ଜାରି ରହିଛି । ଭାରତ ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାଇ ଆମେ ସତର୍କ ରହିବା । ସର୍ଭେଲାନ୍ସ ବଢେଇବା ସହ ସତର୍କ ରହିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ଲକ୍ଷଣ ହେଲେ ପରୀକ୍ଷା କରନ୍ତୁ । ଟେଷ୍ଟିଂ ବଢିବା ପାଇଁ ବ୍ୟବସ୍ଥା କରାଯିବ । ଭାରତରେ ଯେତିକି ଲୋକ ପଜେଟିଭ ଆସିଛନ୍ତି ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସିଭିୟର ହୋଇନାହିଁ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚିକିତ୍ସା କରାଯିବ ।

Related Articles

Leave a Reply

Your email address will not be published.

Back to top button