ଦ୍ୱିତୀୟ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବୈଶ୍ୱିକ ସ୍ତରରେ ଏକ କଠିନ ସମୟ ଭିତରେ ଦ୍ୱିତୀୟ ତ୍ରୟମାସିକରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବୈଶ୍ୱିକ ସ୍ତରରେ ଏପରି ଆହ୍ୱାନମୂଳକ ସମୟ ଭିତରେ ଭାରତର ଜିଡିପି ଅଭିବୃଦ୍ଧି ସଂଖ୍ୟା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଶକ୍ତି ପ୍ରଦର୍ଶନ କରେ। ଅଧିକ ସୁଯୋଗ ସୃଷ୍ଟି କରିବା, ଦାରିଦ୍ର‌୍ୟତା ଦୂର ସହ ଆମ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ସବୁ ପ୍ରକାର ସୁଧାର ଆଣିବା ସହ ଦ୍ରୁତଗତିରେ ବିକାଶକୁ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ।’

Related Articles

Leave a Reply

Your email address will not be published.

Back to top button