ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ବର: ପୁରୀ-ହାଓ୍ବଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାର ଠାରୁ ଗଡ଼ିଛି। ଭର୍ଚୁଆଲ ମୋଡ୍‌ରେ ସବୁଜ ପତାକା ହଲାଇ ଏହି ହାଇସ୍ପିଡ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍‌,  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଧାୟକ ପ୍ରମୁଖ ଯୋଗଦେଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ସାମିଲ ହୋଇଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାରକୁ ଛାଡ଼ି ସପ୍ତାହର ବାକି ସବୁଦିନ ଚାଲିବ। ପୁରୀରୁ ଏହି ଟ୍ରେନ୍‌ ଦିନ ୧ଟା ୫୦ମିନିଟ୍‌ରେ ଛାଡ଼ି ସାଢେ ୮ଟାରେ ହାଓ୍ବଡ଼ାରେ ପହଞ୍ଚିବ। ସେହିପରି ହାଓ୍ବଡ଼ାରୁ ସକାଳ ୬ଟା ୧୦ରେ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ସେହିପରି ପୁରୀ ଏବଂ କଟକ ଷ୍ଟେଶନର ନବୀକରଣ ଲାଗି ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରତି ଟ୍ରେନ୍‌ରେ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥଳରେ ଜିଆର୍‌ପି ପୋଲିସ ରହିବେ। ସେହିପରି ଜନସାଧାରଣଙ୍କର ଅସୁବିଧା ଯେପରି ନ ହେବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Related Articles

Leave a Reply

Your email address will not be published.

Back to top button