ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ୨ ନାବାଳିକାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ଅଭିଯୁକ୍ତ ଜଣଙ୍କ ବଳାତ୍କାର କରିବା ପରେ ତାଙ୍କର ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣବଳାତ୍କାର କରିଥିଲେ। ଏପରିକି ଉକ୍ତ ପୀଡ଼ିତା ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣବଳାତ୍କାର କରିଥିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣାର ମାଷ୍ଟରମାଇଣ୍ଡ ସମେତ ୪ ଜଣଙ୍କୁ ପୋଲିସ ବାନ୍ଧିଛ।ସେମାନେ ହେଲେ ଗୋଳନ୍ଥରା ଥାନା ଅଞ୍ଚଳରଜଣେ ଗାଁ’ମୁଖିଆଙ୍କ ପୁଅ କେ. ଶିବା(୨୧) ଓ ତାଙ୍କର ତିନି ସାଙ୍ଗ ହେଲେ କେ. ସାଇ(୨୧), ଜି ଗରେୟା(୨୧) ଓ ଏନ. ଶ୍ରୀନୁ(୨୨)। ପୋଲିସ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍ ଜବତ କରିଛି। କେସ୍ ନଂ ୨୪୦/୨୫ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି।