ଆଜିଠାରୁ ଓଡିଶାରେ ପାଳନ ହେବ ଓଡିଆ ପକ୍ଷ ଦିବସ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଓଡିଆ ପକ୍ଷ ଦିବସ ପାଳନ ହେବ। ଏ ନେଇ ସଂସ୍କୃତି ମନ୍ତ୍ରୀ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓଡିଆ ଅସ୍ମିତାକୁ ପ୍ରସାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ପାଳନ କରାଯିବ।
ଜାଣନ୍ତୁ କେଉଁ ଦିନ କଣ ହେବ ପାଳନ
- ୧ ଏପ୍ରିଲ- ଓଡିଶା ଦିବସ
- ୨ ଏପ୍ରିଲ୍- ଖଡିଛୁଆଁ ଦିବସ
- ୩ ଏପ୍ରିଲ୍- ପାରଂପାରିକ ପୋଷାକ ପରିଧାନ
- ୪ ଏପ୍ରିଲ୍- ଓଡିଆ ନାମଫଳକ ପ୍ରଚାର ଅଭିଯାନ
- ୫ ଏପ୍ରିଲ୍- ଐତିହ୍ୟ ଗଣ ଦୌଡ
- ୬ ଏପ୍ରିଲ୍- ଦେବାଳୟ ଏବଂ ଐତିହ୍ୟ ସ୍ଥଳ ସ୍ବଚ୍ଛତା ଦିବସ
- ୭ ଏପ୍ରିଲ୍- ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ୮ ଏପ୍ରିଲ୍- ରକ୍ତଦାନ ଅଭିଯାନ
- ୯ ଏପ୍ରିଲ୍- ଆସ ବହିଟିଏ କିଣିବା ଅଭିଯାନ
- ୧୦ ଏପ୍ରିଲ- ଲୋକକଳା ପାଇଁ ଦିନିଟିଏ
- ୧୧ ଏପ୍ରିଲ- ଯୁବ ଲେଖକ ସମ୍ମିଳନୀ
- ୧୨ ଏପ୍ରିଲ୍- ବରପୁତ୍ରଙ୍କ ଉପରେ ଆଲୋଚନା
- ୧୩ ଏପ୍ରିଲ୍- ପାରଂପାରିକ ଖାଦ୍ୟ ଦିବସ
- ୧୪ ଏପ୍ରିଲ୍- ଓଡିଆ ନବ ବର୍ଷ ପାଳନ