ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’, ଜାନୁଆରୀରୁ ହେବ ଲାଗୁ

ଭୁବେନଶ୍ୱର : ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ଆସନ୍ତା ଜାନୁଆରୀ ମାସରୁ ଏହି ନିୟମ ଲାଗୁ ହେବ । ରାତିରେ ଯାତ୍ରା କରୁଥିବା ଡ୍ରାଇଭରଙ୍କୁ ମିଳିପାରିବ ଏହି ସୁବିଧା ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଖୁବଶୀଘ୍ର ରାଜ୍ୟ ସାରା ଏହି ନିୟମ ଲାଗୁ କରାଯିବ । ଜାତୀୟ ରାଜପଥ କଡ଼ରେ ଥିବା ଢାବା ମାନଙ୍କରେ ଭାରିଯାନ ଡ୍ରାଇଭରଙ୍କୁ ମାଗଣାରେ ଚା’ ଦେବେ ରାଜ୍ୟ ସରକାର । ଡ୍ରାଇଭରଙ୍କ ଥକ୍କା ମିଟାଇବାକୁ ଏହି ଯୋଜନାର ଶୁଭାରମ୍ଭ କରାଯିବ । ଆଉ ଏଥି ଲାଗି ଖୁବଶୀଘ୍ର ସମସ୍ତ ଢାବାକୁ ଚିହ୍ନଟ କରାଯିବ । ରାସ୍ତା କଡ଼ରେ ଥିବା ଢାବାକୁ ଚିହ୍ନଟ ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button