ଆମେରିକାରେ ୪ ଭାରତୀୟଙ୍କୁ ହତ୍ୟା !

ନୂଆଦିଲ୍ଲୀ: ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା । ପତ୍ନୀ ସମେତ ୩ ସଂପର୍କୀୟଙ୍କୁ ଗୁଳି କରି ହତ୍ୟା କଲା ସୈତାନ ସ୍ୱାମୀ । ଜର୍ଜିଆରେ ଘଟିଛି ଏଭଳି ଲୋମ ଟାଙ୍କୁରା ଘଟଣା । ପାକିବାରିକ କଳହରୁ ବଚସାକୁ ନେଇ ପତ୍ନୀକୁ ହତ୍ୟା କରିବା ପରେ ୩ ସଂପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ୱାମୀ । ଏଭଳି କାଣ୍ଡ ବେଳେ ୩ ଶିଶ୍ରୁୁତ୍ର ଘରେ ରହିଥିଲେ । ଗୁଳିକାଣ୍ଡ ଘଟିବାପରେ ପରେ ସେମାନେ ଏକ ଆଲମିରାରେ ଲୁଚି ଯାଇଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଥିବା ଜଣେ ଶିଶୁ ପୋଲିସକୁ ଫୋନ କରି ଜଣାଇଥିଲେ । ତେବେ ଘଟଣାସ୍ଥଳରୁ ଫେରାର ମାରିଥଲା ଅଭିଯୁକ୍ତ ସ୍ୱାମୀ । ଏହାପରେ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତକୁ ଧରିଲା ପୋଲିସ । ହତ୍ୟାକାଣ୍ଡର ଅଭିଯୁକ୍ତ ୫୧ ବର୍ଷୀୟ ବିଜୟ କୁମାର ବୋଲି ଜଣାପଡିଛି । ମୃତକମାନେ ହେଉଛନ୍ତି ଅଭିଯୁକ୍ତଙ୍କ ୪୩ ବର୍ଷୀୟା ପତ୍ନୀ ନିମୁ ଡୋଗରା ଏବଂ ସଂପର୍କୀୟ ଗୌରବ କୁମାର , ନିଧି ଚନ୍ଦର , ଏବଂ ହରିଶ ଚନ୍ଦର । ସମସ୍ତ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button