ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । କଂଗ୍ରେସ ସରକାର ସମୟରେ ସେ କେନ୍ଦ୍ର ରେଳ ଓ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨ ମାର୍ଚ୍ଚ ୧୯୩୯ରେ ଜନ୍ମଗ୍ରହଣ କରିଥିବା କାହ୍ନୁଚରଣ ଲେଙ୍କା ଓଡ଼ିଶା କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ପରିଚିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କ ମନ୍ତ୍ରୀମଣ୍ଡଳରେ ସେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ୧୯୮୮-୯୪ ଯାଏଁ ସେ ରାଜ୍ୟସଭା ସଦସ୍ୟ ଥିଲେ । ୧୯୯୫ -୨୦୦୦ ପର୍ଯ୍ୟନ୍ତ କଟକ ଚୌଦ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଓଡିଶା ପିସିସି ସଭାପତି ମଧ୍ୟ ହୋଇଥିଲେ । ସେ ତାଙ୍କର ପ୍ରଶାସନିକ ଅଭିଜ୍ଞତା ଏବଂ ସାର୍ବଜନୀନ ସେବା ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button