ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

ଭୁବନେଶ୍ବର: ଖରିଆର ରୋଡ଼ସ୍ଥିତ ସ୍ୱସ୍ତିକ ହୋଟେଲଠାରେ ଖରିଆର ରୋଡ଼ ଏନଏସସିର କଂଗ୍ରେସ କର୍ମକର୍ତ୍ତାଙ୍କ ସହ ପିସିସି ସଭାପତି ନିର୍ବାଚନକୁ ନେଇ ବିଚାର ବିମର୍ଷ କରିବା ସହ ମନପ୍ରାଣ ଢ଼ାଳି ଏକଜୁଟ ହୋଇ ଘାସିରାମ ମାଝୀଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସେଠାରୁ ନୂଆପଡା ଅଭିମୁଖେ ପ୍ରସ୍ଥାନ କରିଥିଲେ । ନୂଆପଡା ଖୁଣ୍ଟିଆ ଭବନଠାରେ ଆୟୋଜିତ କଂଗ୍ରେସର ଏକ ମିଶ୍ରଣ ଏବଂ କର୍ମକର୍ତ୍ତା ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ନୂଆପଡା ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି ସଭାରେ ନୂଆପଡା ଏନଏସସିର ପୂର୍ବତନ ବିଜେଡି ଅଧ୍ୟକ୍ଷ ମହେଶ ନିଆଲ ପିସିସି ସଭାପତି ଶ୍ରୀ ଦାସଙ୍କ ଶୁଭେଚ୍ଛା ଗ୍ରହଣକରି କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସଭାପତି ଶ୍ରୀ ଦାସ କହିଲେ ବିଗତ ୨୫ ବର୍ଷ ଧରି ନୂଆପଡା ଠକାମୀର ଶିକାର ହୋଇଛି କିନ୍ତୁ ଆଗକୁ ହେବା ଅସମ୍ଭବ । ଆପଣ ସମସ୍ତେ କଂଗ୍ରେସ ପାଇଁ ପରିଶ୍ରମ କରି ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ନ୍ୟାୟ ଦିଅନ୍ତୁ, ଆପଣଙ୍କୁ ଶ୍ରୀ ମାଝୀ କଂଗ୍ରେସର ପଞ୍ଚସୁତ୍ରୀ ସାମାଜିକ ନ୍ୟାୟ ପ୍ରଦାନ କରିବେ । ମୁଁ ଏମପି ଥିଲାବେଳକୁ କଂଗ୍ରେସ ସମୟରେ ନୂଆପଡା ଏବଂ ଖରିଆରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏକଲବ୍ୟ ସ୍କୁଲ ଏବଂ ଡାକ୍ତରଖାନା ପାଇଁ ଅନୁଦାନ ଗୃହୀତ ହୋଇଥିଲା । ରାୟପୁର ଗୋପାଳପୁର ରାଜପଥ ନିର୍ମାଣ ଆରମ୍ଭ ହୋଇଥିଲା । ଆଶ୍ଚର୍ଯ୍ୟ କଥା ଆମେ କାମ କରି ଭୋଟ ପାଉନୁ କିନ୍ତୁ ବିଜେପି ଠକାମୀକରି ଭୋଟ ପାଉଛି । ଆପଣ ଆମ ପାଞ୍ଚ ସାମାଜିକ ନ୍ୟାୟ ଏବଂ କଂଗ୍ରେସ ଅମଳର କାର୍ଯ୍ୟ ଘରେ ଘରେ ପହଞ୍ଚାନ୍ତୁ । ନ୍ୟାୟର ଲଢେଇରେ ସତ୍ୟ ନିଶ୍ଚୟ ବିଜୟ ଲାଭ କରିବ ବୋଲି କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହା ସହିତ ବିଭିନ୍ନ ନିର୍ବାଚନ ରଣନୀତି ଉପରେ ଆଲୋକପାତ କରିଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ମାଝୀ ଜାତୀୟ କଂଗ୍ରେସର ସଭାପତି ମଲ୍କିକାର୍ଜୁନ ଖଡ଼ଗେ, ନେତ୍ରୀ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ମୋ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ପ୍ରାର୍ଥୀ କରିଥିବା ଯୋଗୁଁ କୃତଜ୍ଞତା ପ୍ରକାଶ କରିଥିଲେ । ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱ ଏବଂ ପ୍ରତକ୍ଷ ସହଯୋଗରେ କଂଗ୍ରେସ ପଞ୍ଚସୂତ୍ରୀ ସାମାଜିକ ନ୍ୟାୟ ପ୍ରଦାନ କରିବ ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button