ପଦ୍ମଛାଡ଼ି ହାତ ଧରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।  ଶେଟ୍ଟାର ବେଙ୍ଗାଲୁରୁସ୍ଥିତ କଂଗ୍ରେସ କାର୍ୟ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲାଙ୍କ ଉପସ୍ଥିତିରେ ଶେଟ୍ଟାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ। ଶେଟ୍ଟାରଙ୍କୁ ବୁଝାଇବା ପାଇଁ ବିଜେପି ପକ୍ଷରୁ ବହୁତ ପ୍ରୟାସ କରାଯାଇଥିଲେ ହେଁ ସେ ମାନି ନଥିଲେ। ଜଗଦୀଶ ଶେଟ୍ଟାର ବିଜେପିର ରାଜ୍ୟ ସଭାପତି ସହ ବିଧାନସଭା ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ସେ ଲଗାତର ୬ ଥର ହୁବଲି-ଧରୱାଡ କେନ୍ଦ୍ରୀୟ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଲିଙ୍ଗାୟତ ସମ୍ପ୍ରଦାୟର। ଏହା ସତ୍ତ୍ୱେ ବିଜେପି ତାଙ୍କୁ ଚଳିତ ନିର୍ବାଚନ ପାଇଁ ଟିକେଟ ଦେଲା ନାହିଁ। ତେଣୁ ଖୁବ୍‌ ଅପମାନିତ ବୋଧ କରି ସେ ବିଜେପି ଛାଡ଼ିଥିବା ଶେଟ୍ଟାର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button