ଖରିଫ ଧାନ ବିକ୍ରୟ ପାଇଁ ଯଥାସମୟରେ ପଞ୍ଜିକରଣ କରିବାକୁ ଚାଷୀଙ୍କୁ ଅନୁରୋଧ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଖରିଫ ଧାନ ବିକ୍ରୟ ପାଇଁ ଯଥାସମୟରେ ପଞ୍ଜିକରଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସବୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସି ଶ୍ରୀ ପାତ୍ର କହିଛନ୍ତି, ଚାଷୀଙ୍କର ସହଜ ପଞ୍ଜିକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପଞ୍ଜିକରଣ ପାଇଁ ସ୍ବତନ୍ତ୍ର ଫର୍ମ ଉପଲବ୍ଧ ହେଉଛି। ଏହି ଫର୍ମ ଜରିଆରେ ପଞ୍ଜିକରଣ କରାଯାଇପାରିବ।ସରକାର ଇନପୁଟ ସବ୍ସିଡି ସହିତ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ରାଜ୍ୟର ଚାଷୀମାନେ ଯେପରି ଅଧିକରୁ ଅଧିକ ଲାଭ ପାଇପାରିବେ ସେ ସଂପର୍କରେ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ସେହିପରି ମନ୍ତ୍ରୀ ଶ୍ରୀ ପାତ୍ର ତେନ୍ତୁଳିଖୁଣ୍ଟି ବ୍ଲକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୧ଜଣ ନୂତନ ହିତାଧିକାରୀଙ୍କୁ ରାସନକାର୍ଡ ବଣ୍ଟନ କରିଛନ୍ତି। ଏଥିସହ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅଧିନରେ ଚାରା ରୋପଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button