ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ

ବିଶାଖାପାଟନାମ୍:  ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଦିନ ୧୦ଟା ବେଳେ ସଫଳତାର ସହ ଉତକ୍ଷେପଣ କରାଯାଇଛି । କ୍ରୁ ମଡ୍ୟୁଲାର ୧୭ କିଲୋମିଟର ଉପରକୁ ଯାଇ ପାରାଚ୍ୟୁଟ୍ ମାଧ୍ୟମରେ ପୁଣି ଥରେ ତଳ ଖସିଛି । ଗଗନଯାନ TV D-1କୁ ଉତକ୍ଷେପଣ କରି ମହାକାଶକୁ ମାନବ ପଠାଇବା ଦିଗରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଗଗନଯାନ କ୍ରୁ ମଡ୍ୟୁଲକୁ ସଫଳତାର ସହିତ ପରୀକ୍ଷଣ କରିଛି ଇସ୍ରୋ । ଆଜି ସକାଳ ୮ଟାରେ ଟେଷ୍ଟ ଭେହିକିଲ୍ ଆବୋର୍ଟ ମିଶନ-୧କୁ ଉତକ୍ଷେପଣ ପାଇଁ ସମୟ ଧାର୍ୟ୍ୟ କରାଯାଇଥିଲା । ପରେ ଏହାକୁ ସାଢେ ୮ଟାକୁ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ଲଞ୍ଚର ୫ସେକେଣ୍ଡ ପୂର୍ବରୁ ଏହାକୁ ହୋଲ୍ଟ କରାଯାଇଥିଲା । ବୈଷିୟକ ତୃଟି ପାଇଁ ଏହାକୁ ସ୍ଥଗିତ କରାଯାଇଥିବା କହିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥନ । ତେବେ ଯାନ୍ତ୍ରିକ ସମସ୍ୟାକୁ ସମାଧାନ କରି ପୁଣି ଥରେ ଦିନ ୧୦ଟାରେ ଗଗନଯାନ ମିଶନର କ୍ରୁ ମଡ୍ୟୁଲକୁ ସଫଳତା ସହ ଉତକ୍ଷେପଣ କରାଯାଇଛି । ଏହି ମଡ୍ୟୁଲ ୧୭ କିଲୋମିଟର ଉପରକୁ ଯାଇ ପାରାଚ୍ୟୁଟ୍ ମାଧ୍ୟମରେ ତଳକୁ ଖସିଛି । ଏହି ସଫଳତାକୁ ନେଇ ଇସ୍ରୋ ଅଧ୍ୟକ୍ଷ ପୂରା ଟିମକୁ ଶୁଭେଚ୍ଛା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button