କବି ଗଙ୍ଗାଧର ମେହେରଙ୍କ ମହାବିଶ୍ରାମର ଶତବାର୍ଷିକୀରେ ପ୍ରଥମ ଜାତୀୟ ଭୁଲିଆ ସମ୍ମିଳନୀ

ଭୁବନେଶ୍ବର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ତିଥିରେ ଗଙ୍ଗାଧର ମେହେର ପ୍ରତିଷ୍ଠାନ, ବରପାଲି ଓ ଭୁବନେଶ୍ୱର ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମହାବିଶ୍ରାମର ଶତବାର୍ଷିକୀ ଅବସରରେ ପ୍ରଥମ ଜାତୀୟ ଭୁଲିଆ ସମ୍ମିଳନୀ ଓ ଆଲୋଚନା ଚକ୍ର-୨୦୨୫ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶ। ଓ ସମ୍ବାଦ ଗ୍ରୁପର ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ସ୍ୱଭାବକବି ଗଙ୍ଗାଧର ମେହେର ହେଉଛନ୍ତି ଭୁଲିଆ ସମାଜର ଗର୍ବ ଓ ଗୌରବ । ଭୁଲିଆ ସମାଜ ହେଉଛି ସ୍ୱତନ୍ତ୍ର କଳା କୌଷଳର ଅଧିକାରୀ, ଏହା କଳାକୁ ବଞ୍ଚାଇ ରଖିବା ସହିତ ଆଧୁନିକ ବଜାର ସହିତ ତାଳ ମିସାଇ ପାରିଲେ, ପ୍ରତେକ ଭୁଲିଆ ଜଣେ ଜଣେ ଲକ୍ଷପତି ହୋଇ ପାରିବେ। ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ପୁର୍ବତନ ପାଟଣାଗଡ ବିଧାୟକ ସରୋଜ ମେହେର ଓ ଇଂ ସୁକଦେବ ମେହେର, ବିଶିଷ୍ଟ ଅତିଥି ଭାବେ ନରେନ୍ଦ୍ର କୁମାର ମିଶ୍ର ପ୍ରଥମ ଭୁଲିଆ ସମ୍ମିଳନୀକୁ ପ୍ରସଂଶା କରି ନିଜର ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକାରୀ ଅଧକ୍ଷ ମହେନ୍ଦ୍ର କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଉତ୍ସବରେ ଗଙ୍ଗାଧର ମେହେର ପ୍ରତିଷ୍ଠାନର କର୍ମକର୍ତ୍ତା ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ମନୋରଞ୍ଜନ ମେହେର । ଏହା ପରେ ଜାତୀୟ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ଗଙ୍ଗାଧର ମେହେର ଓ ଭୁଲିଆ ସମାଜ ବିଷୟରେ ଆଲୋଚନା କରାଯାଇଥିବା ବେଳେ ଏଥିରେ ସଭାମୁଖ୍ୟ ଥିଲେ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର ଓ ସଂଚାଳକ ଭାବେ କାର୍ଯ୍ୟ କରିଥିଲେ ଗଜରାଜ ମେହେର, ଓ ତୋଷୋବନ୍ତ ମେହେର । ସେହିପରି ଦ୍ୱିତୀୟ ଅଧିବେଶନରେ ଭୁଲିଆ ଜାତିର ପରିଚୟ ଓ ଭାବବିନିମୟ ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀ ଓ ଆଲୋଚନା ଚକ୍ରରେ ଛତିଶଗଡ, ଝାଡଖଣ୍ଡ, ବାଙ୍ଗାଲୋର, ହାଇଦ୍ରାବାଦ ଓ ଦିଲ୍ଲୀରେ ଥିବା ଭୁଲିଆ ମାନଙ୍କ ସହିତ ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗିର, ବାଲେଶ୍ୱର, ସୋନପୁର, କଳାହାଣ୍ଡି ଓ ପାଟଣାଗଡ ଆଦି ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ।