ଦେଶରେ ପ୍ରଥମ:ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟିତ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ମୋଦୀ ଆଜି କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କରିବା ସହ ନିଜେ ଯାତ୍ରା କରିଛନ୍ତି । ମୋଦୀ ଏହି ମେଟ୍ରୋରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି । ଏହି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ମାତ୍ର ୪୫ ସେକେଣ୍ଡେରେ ହୁଗଲି ନଦୀ ତଳେ ୫୨୦ ମିଟର ଦୂରତା ଅତିକ୍ରମ କରିପାରିବ । ଅଣ୍ଡରୱାଟର ମେଟ୍ରୋରେ ମୋଦୀ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିବା ସମୟରେ ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ମେଟ୍ରୋରେ ଯାତ୍ରା କରିବାର ସେମାନଙ୍କ ଅନୁଭୂତି ସାଉଁଟିଥିଲେ ମୋଦୀ । ପାଣି ଭିତରେ ଯାତ୍ରା କରିବା ବାସ୍ତବରେ ଏକ ନିଆରା ଅନୁଭୂତି ବୋଲି କହିଥିଲେ ଛାତ୍ରଛାତ୍ରୀ । ଏହି ଅଣ୍ଡର ୱାଟର ମେଟ୍ରୋ ମାଧ୍ୟମରେ ଭାରତର ନଦୀ ତଳେ ଟନେଲ ମାଧ୍ୟମରେ ଚଳାଚଳ ଆରମ୍ଭ ହୋଇପାରିବ । ଏହି ଟନେଲ ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପ୍ରକଳ୍ପର ଏକ ଅଂଶ ଅଟେ । ୧୯୭୧ ମସିହାରେ ମାଷ୍ଟର ପ୍ଲାନରେ କରିଡର ଚିହ୍ନଟ ହୋଇଥିଲା । ମେଟ୍ରୋ ରେଳ ମୁଖ୍ୟ ଜନସମ୍ପର୍କ ଅଧିକାରୀ କୌଶିକ ମିତ୍ର କହିଛନ୍ତି, “ହାଓ୍ବଡା ଏବଂ କୋଲକାତା ପଶ୍ଚିମବଙ୍ଗର ଦୁଇ ଶତାବ୍ଦୀ ପୁରୁଣା ଐତିହ୍ୟ ସହର । ହୁଗୁଳି ନଦୀ ତଳେ ଏହି ଦୁଇ ସହରକୁ ସଂଯୁକ୍ତ କରିବ ଟନେଲ ।”

Related Articles

Leave a Reply

Your email address will not be published.

Back to top button