ଏମକେସିଜି ମେଡିକାଲର ରୋଗୀ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଏମକେସିଜି ମେଡିକାଲର ରୋଗୀ ନିଦାନ କେନ୍ଦ୍ରର ତଳ ମହଲାରେ ରହିଥିବା ବାୟୋ କେମିଷ୍ଟ ବିଭାଗ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ ସେକ୍ସନରେ ମଧ୍ୟ ନିଆଁ ଲାଗିଛି । ଯାହାଫଳରେ ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି । ତେବେ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଖବର ଅନୁସାରେ, ଗତକାଲି ରାତି ପ୍ରାୟ ୧ଟା ୩୦ ସମୟରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଘଟଣରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ସହ ରସାୟନ ପଦାର୍ଥ ଜଳି ଯାଇଥିବା ମଧ୍ୟ ଖବର ମିଳିଛି । ଖବର ପାଇବା କ୍ଷଣି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କାହର କିଛି କ୍ଷତି ହୋଇନଥିବା ଜଣାପଡିଛି ।