ଭୁବନେଶ୍ୱରରେ ଚଳଚ୍ଚିତ୍ର କର୍ମଶାଳା, ଯୋଗ ଦେଲେ ୱହିଦା ରେହମାନ

ଭୁବନେଶ୍ବର: ଆମ ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏଥିରେ ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି । ଆମେ ଯେତେବେଳେ ଏହାର ସରଂକ୍ଷଣ ପାଇଁ ଉଦ୍ୟମ କରୁଛୁ ନିଶ୍ଚିତ ରୂପେ ଏହି ସ୍ମୃତି ସବୁ ଜୀବିତ ହେବ ଏବଂ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୁଧବାରରେ ଭୁବନେଶ୍ୱର କଳାଭୂମି ଠାରେ ଆୟୋଜିତ ୧୦ମ ଚଳଚ୍ଚିତ୍ର ସରଂକ୍ଷଣ ଓ ପୁନଃରୁଦ୍ଧାର କର୍ମଶାଳା-୨୦୨୫ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟର ସୁରକ୍ଷା ପାଇଁ ଏହି କର୍ମଶାଳା ଏକ ଯୁଗପୋଯୋଗୀ ପଦକ୍ଷେପ। ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫିଲ୍ମ ହେରିଟେଜ ଫାଉଣ୍ଡେସନ୍ ଏବଂ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ଫିଲ୍ମ ଆର୍କାଇଭ୍‌’ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଭାରତୀୟ ଚଳଚ୍ଚିତ୍ର ସଂରକ୍ଷଣ ଓ ପୁନରୁଦ୍ଧାର କର୍ମଶାଳା ୨୦୨୫ର ଦଶମ ସଂସ୍କରଣ ଆୟୋଜିତ ହୋଇଛି । ଏହି କର୍ମଶାଳାରେ ଦେଶ ବିଦେଶର ନାମୀଦାମୀ ଚଳଚ୍ଚିତ୍ର ନିର୍ମାତା, ଗବେଷକ, ସଂରକ୍ଷକ ଯୋଗ ଦେଇଛନ୍ତି । ଏହି କର୍ମଶାଳା ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଉଦ୍‌ଘାଟନ ଅବସରରେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ୱହିଦା ରେହମାନ ଉପସ୍ଥିତ ଥିବାବେଳେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ । ଉପସ୍ଥିତ ଚଳଚ୍ଚିତ୍ର ନିର୍ମାତା, ଗବେଷକ ଓ ସଂରକ୍ଷକଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳଚ୍ଚିତ୍ର ସଂରକ୍ଷଣ କେବଳ ଏକ ଟେକ୍ନିକାଲ୍‌ କାମ ନୁହେଁ, ଏହା ଏକ ସାଂସ୍କୃତିକ ଦାୟିତ୍ୱ । ଏହି କର୍ମଶାଳା ଆମର ଚଳଚ୍ଚିତ୍ର ନିର୍ମାତା ଓ ଚଳଚ୍ଚିତ୍ର ସହ ସମ୍ପୃକ୍ତ ସମସ୍ତଙ୍କୁ ସଶକ୍ତ କରିବା ସହିତ ଆମର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରୀୟ ମାର୍ଗଦର୍ଶନ ପ୍ରଦାନ କରିବ। ୧୯୭୩ ମସିହାରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର କନକଲତା ଓ ୧୯୮୪ ରେ ନିର୍ମିତ ହୋଇଥିବା ମାୟାମିରିଗ ଚଳଚ୍ଚିତ୍ରର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’କୁ ଧନ୍ୟବାଦ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button