ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ

ଭୁବନେଶ୍ବର: ଆଜି ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଯାଇ ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ‘ଖମ୍ବେଶ୍ୱରୀ’ ନାମକ ଯାତ୍ରୀବାହୀ ବସ୍‌ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା। ଉକ୍ତ ସମୟରେ ତେଲ ଟାଙ୍କରଟି ବ୍ରହ୍ମପୁରରୁ ଆସ୍କା ପଟକୁ ଆସୁଥିଲା। କଞ୍ଜୁରୁ ଛକଠାରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିଲା। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଏହାପରେ ଦୁଇଟି ଗାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଚା’ ଦୋକାନ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଚା’ ପିଉଥିବା ୩ ଜଣଙ୍କ ସମେତ ଜଣେ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ବସ୍‌ରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button