ଆଇନଗତ ଜାଲରେ ଛନ୍ଦି ହେଲେ ପ୍ରସିଦ୍ଧ ଫୁଟବଳ ଖେଳାଳୀ କ୍ରିଷ୍ଟିଆନୋ ରୋନାଲଡୋ

ନୂଆଦିଲ୍ଲୀ: ବିଶ୍ବ ଫୁଟବଲ ଜଗତର କିମ୍ବଦନ୍ତୀ ପୁରୁଷ କ୍ରିଷ୍ଟିଆନୋ ରୋନାଲଡୋ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଆମେରିକାର ଫ୍ଲୋରିଡା ଜିଲ୍ଲା କୋର୍ଟରେ ତାଙ୍କ ବିରୋଧରେ ଏକ ମକଦ୍ଦମା ଦାୟର କରାଯାଇଛି। ଅଭିଯୋଗକାରୀ ମାଇକେଲ ସିଜେମୋର, ମିକି ଭୋଙ୍ଗଡାରା ଏବଂ ଗର୍ଡନ ଲୁଇସ ଅଭିଯୋଗ କରିଛନ୍ତି ଯେ ରୋନାଲଡୋଙ୍କ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କଂପାନୀ ବିନାନ୍ସର ପ୍ରଚାର ପ୍ରସାର କରିଥିବାରୁ ସେମାନଙ୍କ ଆର୍ଥିକ କ୍ଷତି ଘଟିଛି।

ମନି ଲଣ୍ଡରିଂ ନେଇ ବିନାନ୍ସ କଂପାନୀ ବର୍ତ୍ତମାନ ତଦନ୍ତ ପରିସରକୁ ଆସିଛି। ସେଥିପାଇଁ ସେ ଏହାର କ୍ଷତିଗସ୍ତଙ୍କୁ ୪.୩ ବିଲିୟନ ଡଲାରର ଦେବାକୁ କୋର୍ଟକୁ ଅନୁରୋଧ କରାଯାଇଛି। ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ, ରୋନାଲଡୋ ବିନାନ୍ସ କଂପାନୀ ବିଜ୍ଞାପନ ପ୍ରଚାର କାର‌୍ୟ୍ୟରେ ନିଜକୁ ନିୟୋଜିତ କରିଥିଲେ। ତେବେ ଏହି କଂପାନୀ ପଞ୍ଜୀକୃତ ହୋଇନଥିବା ଏକ ସିକ୍ୟୁରିଟି ସଂସ୍ଥା।

୨୦୨୨ ମଧ୍ୟଭାଗରେ ଏକ୍ସଚେଞ୍ଜ ସହିତ ବହୁ ବର୍ଷ ଧରି ଅଂଶିଦାର ଥିବା ଅଲ-ନାସର ତାରକା ନିଜର ଅଣ-ଫୁଙ୍ଗିବଲ୍ ଟୋକେନ୍ (NFT) କୁ ସମର୍ଥନ କରିବାକୁ ଯୋଜନା କରିଥିଲେ। ଅଭିଯୋଗକାରୀମାନେ ଯୁକ୍ତି କରିଛନ୍ତି ଯେ ରୋନାଲଡୋଙ୍କ NFT ସଂଗ୍ରହ ସହିତ ଜଡିତ ଉପଭୋକ୍ତାମାନେ ବିନାନ୍ସକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଅଧିକ ଇଛୁକ ଥିଲେ।

ବିଜ୍ଞାପନ ଆଇନରେ ଦର୍ଶାଯାଇଛି ଯେ ରୋନାଲଡୋଙ୍କ ପ୍ରୋତ୍ସାହନମୂଳକ କାର‌୍ୟ୍ୟକଳାପ ପଞ୍ଜୀକୃତ ହୋଇନଥିବା ସିକ୍ୟୁରିଟିରେ ବିନିଯୋଗ କରିବାକୁ ସେ ଲୋକଙ୍କୁ ଉତ୍ସାହିତ କରିଥିଲେ। ରୋନାଲଡୋ ବିନାନ୍ସ ରେ ବିନିଯୋଗ କରିବା ପାଇଁ ପ୍ରଭାବଶାଳୀ ଭାବରେ ଲୋକଙ୍କୁ ଅନୁରୋଧ କରିଥିଲେ। ତାଙ୍କର ଅନୁରୋଧକୁ ବା ପ୍ରଚାରରେ ପ୍ରଭାବିତ ହୋଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବଂ ସମର୍ଥକ ବିନାନ୍ସ ପ୍ଲାଟଫର୍ମରେ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଅଭିଯୋଗ ହୋଇଛି।

ବିନାନ୍ସ ବର୍ତ୍ତମାନ ତଦନ୍ତର ସମ୍ମଖୀନ ହେଉଥିବା ବେଳେ ରୋନାଲଡୋଙ୍କ ମଧ୍ୟ ଆଇନଗତ ଅସୁବିଧା ସୃଷ୍ଟିହେବାର ସମ୍ଭାବନା ରହିଛି। ନିକଟରେ ଏହି ପ୍ଲାଟଫର୍ମର ସିଇଓ ଚାଙ୍ଗପେଙ୍ଗ ଜାଓ (ସିଜେ) ମନି ଲଣ୍ଡରିଂ ଅଭିଯୋଗରେ କମ୍ପାନୀର ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button