ନକଲି ଓକିଲଙ୍କ ପ୍ରାଦୁର୍ଭାବ, ଲୋକେ ଆତଙ୍କିତ

ଇଏତ ମୋ ବାଆଁ ହାତର ଖେଳ, ଏଇଟା ପରା କନିକା ତହସିଲ : ନକଲି ଓକିଲ ଶାରଦା ପ୍ରସନ୍ନ ପତି

କେନ୍ଦ୍ରାପଡ଼ା: ଗତ କେତେବର୍ଷ ହେବ ଦଲାଲମାନଙ୍କ ପ୍ରାଦୁର୍ଭାବରେ କନିକା ତହସିଲରେ ମନମୁଖୀ କାର୍ଯ୍ୟକଳାପ ଚାଲିଛି । ନକଲି ଓକିଲଙ୍କ ପ୍ରାଦୁର୍ଭାବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଗଣଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ମାନ ଘୋଷଣା କରି ଚାଲିଥିବାବେଳେ ଏବେ ଲୋକଙ୍କୁ ଘରେ ଘରେ ରାଜସ୍ୱ ସେବା ଯୋଗାଇ ଦେବାକୁ ଘୋଷଣା କରି ରାଜସ୍ୱ ରଥମାନ ଗାଁ ଗାଁ ରେ ଘୂରି ବୁଲୁଛି । ମାତ୍ର ଭିନ୍ନ ଭିନ୍ନ ବାଟରେ ଲୋକଙ୍କୁ ନକଲି ଓକିଲ ଏବଂ ଦଲାଲମାନେ ଶୋଷଣ କରି ଚାଲିଛନ୍ତି । ରାଜକନିକା ତହସିଲରେ ଜାଲପଟା ରେକର୍ଡକୁ ହେରଫେର କରିବା, ସରକାରୀ ଏବଂ ସିଲିଂ ବହିର୍ଭୁତ ଜମିର ବେଆଇନ ଭାବରେ ଜାଲ ପଟ୍ଟା ପ୍ରଦାନ କରିବା ଓ ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ରେକର୍ଡ କରାଇ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରୟ କରି ଟଙ୍କା ଭାଗ ବାଣ୍ଟିବା ଆଦି କାମ କରୁଛନ୍ତି ଏହି ନକଲି ଓକିଲମାନେ । ଏମିତିକି ସ୍ଥିତିବାନ ରେକର୍ଡକୁ ଜାଲିଆତି କରି ଏପଟ ସେପଟ କରାଯାଉଛି । ଯାହା କନିକା ତହସିଲରେ ଚହଳ ସୃଷ୍ଟି କରିଛି । ଏସବୁ ଜାଲିଆତି କାର୍ଯ୍ୟ କରିବାରେ ଓସ୍ତାଦ କନିକା ତହସିଲରେ ଥିବା ଜଣେ ନକଲି ଓକିଲ ଶାରଦା ପ୍ରସନ୍ନ ପତି ଏବଂ କିଛି ଦଲାଲ ବିନା ଓକିଲାତି ପାସ ବିନା ଲାଇସେନ୍ସରେ ଏମିତିକି ନିଜର ବାହୁବଳ ଓ ଅର୍ଥ ଲୋଭ ଦେଖାଇ ଖଚମିଛର ଆଶ୍ରୟ ନେଇ ଅଫିସରମାନଙ୍କର ସରଳତା ସୁଯୋଗ ନେଇ ଘୃଣ୍ୟକାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଜାଲିଆତି କାର୍ଯ୍ୟ ଏମିତି ଚରମ ପର୍ଯ୍ୟାୟରେ ପହଞ୍ଚିଛି ଯେ, ତରାସ ମୌଜାରେ ଥିବା ସ୍ଥିତିବାନ ଜମି ଶାରଦ ଦୁଇ ଉପରମୁଣ୍ଡ ପାଣିନାଳକୁ ତରାସ ଗ୍ରାମର ଜଣେ ବ୍ୟକ୍ତି ବିଦେଶୀ ନାୟକ ପିତା ନାଥ ନାୟକଙ୍କ ନାମରେ ଜାଲିଆତି କରି ରେକର୍ଡ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏମିତିକି ଶାରଦା ପତି କହୁଛନ୍ତି ”ଏଠି ସବୁ ସମ୍ଭବ । ନକ୍ସା  ଓ ରେକର୍ଡ ବଦଳିଯିବ । ନେଟ୍‌ରେ ସନ୍ଧ୍ୟାରେ ସୋ କରିବ । ଇଏତ ମୋ ବାଆଁ ହାତର ଖେଳ । ଏଇଟା ପରା କନିକା ତହସିଲ ।” ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜୋରଦାର ଦାବି ହୋଇଛି ।

Related Articles

Leave a Reply

Your email address will not be published.

Back to top button