ନକଲି ଡିଏସପିକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ନକଲି ପୋଲିସ ଡିଏସପିକୁ ବାନ୍ଧିଲା ପୋଲିସ  l ନିଜକୁ DSP କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି । ନକଲି DSP ହେଉଛି ମାନସ ରଞ୍ଜନ ସେନାପତି । ଘର ଭଦ୍ରକ ବାସୁଦେବପୁର ଅଂଚଳରେ ହୋଇଥିବା ବେଳେ ଭୁବନେଶ୍ୱର ଖାରବେନଗର ଥାନା ଅଂଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା  l ନକଲି ପରିଚୟପତ୍ର ଦେଖାଇ ଲୋକଙ୍କୁ ଚାକିରୀ ଦେବା ନାଁରେ ଠକୁଥିଲା । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପୋଏଣ୍ଟ ମେଣ୍ଟ ଲେଟର, 2 ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ , କାର, ମୋବାଇଲ ଫୋନ ଜବତ ହୋଇଛି  l ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ  । ସହିଦ ନଗର ଥାନା ପୋଲିସ ହେପାଜତରେ ଏବେ ନକଲି ଡିଏସପି ।

Related Articles

Leave a Reply

Your email address will not be published. Required fields are marked *

Back to top button