ଫେସବୁକ୍, ଇନଷ୍ଟାଗ୍ରାମ ହେଲା ଡାଉନ୍, ଆପେ ଆପେ ଲଗ୍ ଆଉଟ୍ ହେଉଛି ଆକାଉଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍ ଆଜି ଡାଉନ୍ ହୋଇଯାଇଛି। ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ହୋଇଛି ଡାଉନ୍‌। ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। କିଛି ଏହାକୁ ବ୍ୟବହାର କରିପାରୁ ନ ଥିବା ବେଳେ କିଛି ହଠାତ୍‌ ଲଗ୍‌ ଆଉଟ୍‌ ହେଉଥିବା ଦେଖାଯାଉଛି। ଏପରକି ଏହାର ପ୍ରଭାବ ମେସେଞ୍ଜର ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି। ଯଦି ଆପଣଙ୍କ ସହ ଏଭଳି କିଛି ହେଉଛି ତେବେ ଚିନ୍ତା କରନ୍ତୁ ନାହଁ। କାରଣ ଫେସବୁକ୍‌ ଏକ ଆଉଟେଜ୍‌ର ସାମ୍ନା କରୁଛି, ଯେଉଁଥିରେ ବ୍ୟବହାରକାରୀଙ୍କୁ ଲଗ୍‌ ଆଉଟ୍‌ କରିଦିଆଯାଇଛି। ଏଥିଲାଗି ପାସଓ୍ବାର୍ଡକୁ ଆକ୍ସେପ୍ଟ କରାଯାଇପାରୁନାହିଁ।

Related Articles

Leave a Reply

Your email address will not be published.

Back to top button