ଜମ୍ମୁ କଶ୍ମୀର କାଠୁଆରେ ଏନକାଉଣ୍ଟର: ୩ ପୋଲିସ ସହିଦ, ୨ ଆତଙ୍କୀ ନିହତ

ନୂଆଦିଲ୍ଜୀ: ମ୍ମୁ କଶ୍ମୀର କାଠୁଆରେ ସର୍ଚ୍ଚ ଅପରେସନ ଜୋରଦାର । ଏନାକାଉଣ୍ଟର ପରେ ସର୍ଚ୍ଚ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଦୁଇଟି ପୃଥକ ପୃଥକ ଏନାକଉଣ୍ଟରରେ ୩ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଆଉ ୫ ଜଣ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ, କାଠୁଆ ଜିଲ୍ଲାର ଜୁଠାନା ଜଙ୍ଗଲରେ ୫ ଜଣ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା । ଏହା ପରେ ସୁରକ୍ଷାବାହିନୀ ଓ ପୋଲିସର ମିଳିତ ଟିମ୍ ସେଠାକୁ ଯାଇ ତଲାସୀ ଆରମ୍ଭ କରିଥିଲା । ସ୍ପେଶାଲ ଅପରେସନ ଗ୍ରୁପ, ସେନା, ବିଏସଏଫ ଓ ସିଆରପିଏଫ ଯବାନଙ୍କ ମିଳିତରେ ଉକ୍ତ ସ୍ଥାନକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥେଲା ।ଜଖୋଲ୍ ଗାଁ ନିକଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ବଡ଼ ଧରଣର ଆଣ୍ଟି ଟେରର ଅପରେସନ ବେଳେ ଏନକାଉଣ୍ଟର ହୋଇଥିଲା । କାଠୁଆ ଜଙ୍ଗଲରେ ୫ ଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ମିଳିତ ସୁରକ୍ଷା ବାହିନୀ । ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଠାବ କରାଯାଇଥିବା ସୂଚନା ରହିଛି । ଆତଙ୍କବାଦୀଙ୍କୁ ଠାବ କରିବାକୁ ୟୁଏଭି, ଡ୍ରୋନ୍ ମୁତୟନ ହୋଇଛି । ପାକିସ୍ତାନରୁ ଟନେଲ ଦେଇ କିଛି ଆତଙ୍କବାଦୀ ଭାରତ ସୀମା ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ମାର୍ଚ୍ଚ ୨୨ରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହେଲାଣି । ଏଥିରେ ଆର୍ମୀ, ଏନଏସଜି, ବିଏସଏଫ ଓ ସିଆରପିଏଫ ଯବାନ ସାମିଲ ଅଛନ୍ତି । ରାଜବାଗର ଘାଟି ଜୁଥାନା ଅଞ୍ଚଳର ଜାଖୋଲେ ଗାଁ ନିକଟରେ ହୋଇଥିବା ଏହି ଏନକାଉଣ୍ଟରରେ ପ୍ରାୟ ଅଧ ଡଜନ ଆତଙ୍କବାଦୀ ସାମିଲ ଥିବା ସନ୍ଦେହ କରାଯାଉଛି । ଏହି ଆତଙ୍କବାଦୀମାନେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ (ଜେଇଏମ୍) ସଂଗଠନର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି । ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଯୋଗୁଁ, ସହିଦ ସୈନିକଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ ।