ଜେଲରେ ବିଦ୍ୟୁତ୍ ଚୋରି ଘଟଣା: ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ପୈଠ ପାଇଁ ନୋଟିସ୍

ଭୁବନେଶ୍ବର: ହୁକ୍ ପକାଇ ବିଦ୍ୟୁତ ଚୋରି କରିବା ମାଲକାନଗିରି ଉପକାରାଗାର କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ଜରିମାନା ବାବଦକୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ପୈଠ କରିବା ପାଇଁ ଜୟପୁର ଟିପିଏସ୍ଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀ ଉପକାରାଗାର କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି। କେବଳ ଜରିମାନା ନୁହେଁ ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ମଧ୍ୟ ଚିଠି କରାଯାଇଛି ।ସୂଚନା ଅନୁଯାୟୀ, ଉପକାରାଗାରରେ ୨୦ କିଲୋୱାଟ୍ ବିଦ୍ୟୁତ ବ୍ୟବହାର ପାଇଁ ନିୟମ ରହିଛି। କିନ୍ତୁ ଉପକାରାଗାରରେ ୨୦ କିଲୋୱାଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇ ସରକାରଙ୍କ ଟିକସ ଫାଙ୍କିବା ପାଇଁ ଯୋଜନା କରିଥିଲେ। ଉପକାରାଗାର କର୍ତ୍ତୃପକ୍ଷ ହୁକ୍ ପକାଇ ଅନ୍ୟ ବାଟରେ କାରାଗାର ଭିତରକୁ ବିଦ୍ୟୁତ ନେଇଥିଲେ । ନିୟମ ଅନୁସାରେ କିଛି ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ଚୋରାରେ ମଧ୍ୟ ବିଦ୍ୟୁତ ବ୍ୟବହାର କରୁଥିଲେ। ସେଥିରେ ଲାଇଟ୍ ଠାରୁ ଆରମ୍ଭ କରି ଫ୍ୟାନ୍, ଏସି ଆଦି ବ୍ୟବହାର କରାଯାଉଥିଲା। ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଟିପିଏସ୍‌ଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ଟିମ୍ ଗତ ୧୮ ତାରିଖ ମାଲକାନଗିରି ଉପକାରଗାର ଭିତରେ ଯାଞ୍ଚ କରିଥିଲେ । ଉପକାରାଗାର କର୍ତ୍ତୃପକ୍ଷ ହୁକ୍ ପକାଇ ବିଦ୍ୟୁତ ବ୍ୟବହାର କରୁଥିବା ନେଇ ଏନଫୋର୍ସମେଣ୍ଟ ଟିମ୍ ଦେଖିବାକୁ ପାଇଥିଲେ। ଉପକାରାଗାରରେ ଚୋରାରେ ୧୫.୨୫ କିଲୋୱାଟ ବିଦ୍ୟୁତ ବ୍ୟବହାର କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ। ଏନେଇ ଉପକାରାଗାର ସୁପରିଟେଣ୍ଡେଣ୍ଟଙ୍କୁ ୬,୨୯,୧୪୦ ଟଙ୍କା ଜରିମାନା ଦେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହ ଚିଠି ପାଇବାର ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ କାରାଗାର ଅଧୀକ୍ଷକଙ୍କୁ ଚିଠି କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଏନଫୋର୍ସମେଣ୍ଟ ପକ୍ଷରୁ ଚିଠିଟି ଗତମାସ ମେ ୨୨ ତାରିଖରୁ ଚିଠିଟି କରାଯାଇଛି, ଏଥିମଧ୍ୟରେ ୨୧ଦିନ ବିତିଯାଇଥିବା ପରେ ଚିଠିଟି ସର୍ବ ସମୁଖକୁ ଆସିଛି । ଏହି ଘଟଣା ବାବଦରେ ବିଦ୍ୟୁତ୍ ବିଭାଗ ଅଧିକାରି ମୁହଁ ଖୋଲି ନଥବାବେଳେ ବିଦ୍ୟୁତ୍ ବିଭାଗର ଭିଜିଲାନ୍ସ ଏନଫୋର୍ସମେଣ୍ଟ ଅଧିକ୍ଷଣ ଜନ୍ତ୍ରୀ ଜୟପୁର୍ ସଞ୍ଜୟ ବର୍ମା କହିଛନ୍ତି ଏହିଚିଠି କୋରାପୁଟ ସେଣ୍ଟ୍ରାଲ ଜେଲ୍ ଅଫିସ କର୍ତ୍ତୃପକ୍ଷ ପକ୍ଷଙ୍କୁ ପଠାଯାଇଛି କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ଏବଂ ପୁନର୍ବାର ନୋଟିସ୍ କରାଯିବ କହିଛନ୍ତି ଏନଫୋର୍ସମେଣ୍ଟ ଅଧିକ୍ଷଣ ଜନ୍ତ୍ରୀ ଜୟପୁର୍ ସଞ୍ଜୟ ବର୍ମା । କିନ୍ତୁ ଏହି ଚିଠିଟି ମୋବାଇଲ ଠୁ ମୋବାଇଲ୍ ଘୁରି ବୁଲିବାପରେ ଘଟଣାଟି ସାମ୍ନାକୁ ଆସିଛି।

Related Articles

Leave a Reply

Your email address will not be published.

Back to top button