୪୮ ଘଣ୍ଟାରେ ବିଦ୍ୟୁତ୍‌ ପୁନଃସ୍ଥାପନ : କେଭି ସିଂ ଦେଓ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସୂଚନା , ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ । ଶକ୍ତି ବିଭାଗ ପକ୍ଷରୁ ଚାଲିଛ ବଡ଼ ପ୍ରସ୍ତୁତି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ସରିଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରି ଖୁଣ୍ଟ ମହଜୁଦ କରି ରଖାଯାଇଛି । ବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ସେଥିପାଇଁ ବାତ୍ୟା ପରେ ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦାନା ସମୟରେ ୭ ଦିନ ଭିତରେ କ୍ଷତିପୂରଣ ଦିଆଯାଇଥିଲା । ଏବେ ମଧ୍ୟ ସେହି ତତ୍ପରତା କାର୍ଯ୍ୟକାରୀ କରାଯିବବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଦାନା ସମୟରେ ୭ ଦିନ ଭିତରେ ଟଙ୍କା ଦିଆଯାଇଥିଲା । ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ ବୋଲି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button