ବାଂଲାଦେଶରେ ନିର୍ବାଚନ; ସେଖ୍‌ ହସିନା ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା

ଢାକା: ବାଂଲାଦେଶରେ ଆରମ୍ଭ ହୋଇଛି ସାଧାରଣ  ନିର୍ବାଚନ । ସଂସଦର ୩ଶହ ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ପ୍ରାୟ ୧୧ କୋଟି ୯ ଲକ୍ଷ ଭୋଟର ୧ ହଜାର ୯ ଶହ ୭୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ବାଂଲାଦେଶରେ ନୂଆ ସରକାର ପାଇଁ ଜାରି ରହିଥିବା ମତଦାନ ଉପରେ ଭାରତ ସରକାରଙ୍କ ନଜର ରହିଛି ।   ୧୮ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ପୁଣି ଥରେ ନୂଆ ସରକାର ଆରମ୍ଭ ହେବ । ପରବର୍ତ୍ତୀ ସରକାର ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆଓ୍ବାମୀ ଲିଗର ନେତ୍ରୀ ସେଖ୍‌ ହସିନା ପୁଣି ଥରେ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଖୁବ ଅଧିକ ରହିଛି । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀଙ୍କ ଭାଗିଦାରୀରେ ବର୍ତ୍ତମାନ ରାଜନୈତିକ ଦଳର ମୋଟ୍ ସଂଖ୍ୟା ୨୮ରେ ପହଞ୍ଚିଛି । ଶାସକ ଦଳ ଆୱାମୀ ଲିଗ୍ ଚତୁର୍ଥ କାର୍ୟ୍ୟକାଳ ପାଇଁ ୨୬୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅବଶିଷ୍ଟ ଆସନରେ ଏହାର ସହଯୋଗୀ ଦଳ ପ୍ରାର୍ଥୀ ଦେଇଛି । ୨୦୦୯ ମସିହାରୁ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ କ୍ଷମତାରେ ଅଛି । ବାଂଲାଦେଶ ସଂସଦର ମୁଖ୍ୟ ବିରୋଧୀ ଦଳ ସାଧାରଣ ନିର୍ବାଚନରେ ୨୬୫ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରିଛନ୍ତି । ତେବେ ଏହି ପାର୍ଟିର ପ୍ରାୟ ୨୬ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୯୦ ଥିବା ବେଳେ ଧାର୍ମିକ ଏବଂ ଅନୁସୂଚିତ ଜାତିର ୭୯ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେପେଟ ଦେଶରେ ହିଂସା ଚରମ ସ୍ତରରେ ପହଞ୍ଚିଥିବା ବେଳେ କିଛି ବିରୋଧୀ ଦଳ ସାରା ଦେଶରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯାହା ନିର୍ବାଚନକୁ ପ୍ରଭାବିତ କରିପାରେ ।

Related Articles

Leave a Reply

Your email address will not be published.

Back to top button