ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଆୟୋଗର ଅଧିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ କେରଳ ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଆଜି ଯାଞ୍ଚ କରାଯାଇଛି। ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ରାଜ୍ୟର ନୀଲଗିରିରେ ନିର୍ବାଚନ ଆୟୋଗର ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ, ହେଲିକପ୍ଟର ଅବତରଣ କରିବା ମାତ୍ରେ ଆୟୋଗର ଅଧିକାରୀମାନେ ପହଞ୍ଚିଛନ୍ତି। ତା’ପରେ କିଛି ସମୟ ପରେ ରାହୁଲ ଗାନ୍ଧୀ ଏଥିରୁ ବାହାରି ଆସନ୍ତି।

Related Articles

Leave a Reply

Your email address will not be published.

Back to top button