ନୂଆ ବର୍ଷ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୬୧ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ବର : ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡର ସମ୍ଭାବନା ରହିଛି। କାରଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମସ୍ତେ ନୂଆ ବର୍ଷ ଆରମ୍ଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ଆସନ୍ତାକାଲିଠାରୁ ବଡ ଦାଣ୍ଡରେ ଭିଡ ଆରମ୍ଭ ହୋଇଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଦର୍ଶନ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରିବା ପାଇଁ ନିଷ୍ପତି ହୋଇଛି। ନୂଆବର୍ଷରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଗାଡି ଚଳାଚଳକୁ ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ଭକ୍ତମାନ ଚାଲିଚାଲି ଶ୍ରୀମନ୍ଦିରକୁ ଯିବେ। ଏସବୁ ସୁବ୍ୟବସ୍ଥିତ କରିବା ପାଇଁ ବଡଦାଣ୍ଡରେ ୧୨ ଶହ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ବାହାରେ ୬୮ ସେକସନ ଫୋସ ମୁତୟନ କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ୩୭ ସେକସନ ଫୋର୍ସ ମୁତୟନ କରାଯିବ। ଏହା ଜଣେ କମାଣ୍ଡାଣ୍ଟ ତତ୍ବାବଧାନରେ ନିୟନ୍ତ୍ରଣ ହେବ। ଭକ୍ତଙ୍କ ଭିଡକୁ ଲକ୍ଷରଖି ବଡ ଦାଣ୍ଡରେ ୫ଟି ଏବଂ ବେଳାଭୂମିରେ ତିନୋଟି ସ୍ଥାନରେ ପୋଲିସ ନିୟନ୍ତ୍ରଣ କକ୍ଷ କରାଯିବ ବୋଲି ନିଷ୍ପତି କରାଯାଇଛି।

Related Articles

Leave a Reply

Your email address will not be published.

Back to top button