ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ, ସୁରକ୍ଷା ବଢାଇଲା ପୋଲିସ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଛି । ଇମେଲ ଜରିଆରେ ସିନ୍ଦେଙ୍କ କାରକୁ ଉଡାଇବାକୁ ଧମକ ମିଳିଛି । ମନ୍ତ୍ରଣାଳୟ ସହିତ ଗୋରେଗାଓଁ ଏବଂ ଜେଜେମାର୍ଗ ଥାନା ପୋଲିସକୁ ଧମକପୂର୍ଣ୍ଣ ଇମେଲ ମିଳିଛି । ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏକନାଥ ସିନ୍ଦେଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଆଇପି ଠିକଣା ପତ୍ତା ଲଗାଇବାକୁ ଚେଷ୍ଟା କରାଯାଉଛି । ଇମେଲ ଜରିଆରେ ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢାଇଦେଇଛି । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ଏକନାଥ ସିନ୍ଦେଙ୍କୁ ମାରିବାକୁ ଧମକ ମିଳିଛି । ଏହାପୂର୍ବରୁ ଫେବୃଆରୀ ୨୦୨୪ରେ ଜଣେ କଲେଜ ଛାତ୍ର ଏକନାଥ ସିନ୍ଦେ ଏବଂ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏହି ଧମକ ସୋସିଆଲ ମିଡିଆରେ ଜାରି କରାଯାଇଥିଲା । ପୋଲିସ ଏହି ମାମଲାରେ ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ପୋଲିସ ଗିରଫ କରିଛି । ତେବେ ଦିଲ୍ଲୀରେ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଶପଥ ନେଉଥିବା ବେଳେ ଏପଟେ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଛି । ସୂଚନାଯୋଗ୍ୟ, କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟି ଫେରିବା ପରେ ସିନ୍ଦେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେ ନିଜ ଗାଁ ସତାରା ଚାଲି ଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସିନ୍ଦେ ରବିବାର ସନ୍ଧ୍ୟାରେ ମୁମ୍ବାଇ ଫେରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button