ସୋରେନଙ୍କ ବାସଭବନରେ ଇଡି

ନୂଆଦିଲ୍ଲୀ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲା ଦିଲ୍ଲୀ ପୋଲିସ ସହ ଇଡି । ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ସକାଳେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଛି । ଇଡି ଅଧିକାରୀମାନେ ଏହି ପ୍ରସଙ୍ଗରେ ସିଏମ ସୋରେନଙ୍କୁ ପଚରାଉଚରା କରିପାରିବେ । ଏହାପୂର୍ବରୁ ଜାନୁଆରୀ ୨୦ରେ କେନ୍ଦ୍ରୀୟ ଏଜେନ୍ସି ଇଡି ଅର୍ଥ ହେରଫେର ମାମଲାରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବୟାନ୍ ରେକର୍ଡ କରିଥିଲା । ଏହା ପରେ ପଚରାଉଚରା ଶେଷ ହୋଇ ନ ଥିବାରୁ ତାଜା ସମନ ଜାରି କରାଯାଇଥିଲା । ଏହାପୂର୍ବରୁ, ଜମି ଚୁକ୍ତି ସ୍କାମରେ ଜାନୁଆରୀ ୨୯ରୁ ୩୧ମଧ୍ୟରେ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଇଡି ସମୟ ମାଗିଥିଲା । ଜାନୁୟାରୀ ୨୭ ରୁ ୩୧ ମଧ୍ୟରେ ପଚରାଉଚରା ପାଇଁ ଏକ ସମୟ ଏବଂ ସ୍ଥାନ ସ୍ଥିର କରି ଇଡି ହେମନ୍ତ ସୋରେନଙ୍କୁ ୨୫ ଜାନୁୟାରୀ ୨୦୨୪ ସୁଦ୍ଧା ଏଜେନ୍ସିକୁ ଜଣାଇବାକୁ ଇଡି ଜାନୁଆରୀ ୨୨ରେ ଏକ ସମନ ପଠାଇଥିଲା । ଏହା ପରେ ଝାଡଖଣ୍ଡ ସିଏମ ସୋରେନ ରବିବାର ନିଜେ ସେଠାରୁ ଦିଲ୍ଲୀ ଯାଇଥିଲେ । ସୋମବାର ଦିନ ଇଡି ଟିମ୍ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

Related Articles

Leave a Reply

Your email address will not be published.

Back to top button