ଓଡ଼ିଶାରେ ଇଡି ଆକ୍ସନ ଆରମ୍ଭ

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ ଏହା ଭିତରେ ଏଣ୍ଟ୍ରି ମାରିଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳ ବା ଇଡି । ଓଡ଼ିଶାରେ ଇଡି ବା ସିବିଆଇ କେବେ ଚଢଉ କରୁନଥିବା ବିରୋଧୀ କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଥିବାବେଳେ ଠିକ ନିର୍ବାଚନ ପୂର୍ବରୁ ଇଡି ସକ୍ରିୟ ହୋଇଉଠିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଇଡି ଚଢଉ କରି ନେତା ଓ ମନ୍ତ୍ରୀଙ୍କ ନିଦ ହଜାଇ ଦେଲାଣି । ତେବେ କେନ୍ଦ୍ରର ବିଜେପି ଓ ଓଡ଼ିଶାରେ ବିଜେଡି ମଧ୍ୟରେ ମଧୁର ସମ୍ପର୍କ ଥିବାରୁ ଓଡ଼ିଶାରେ ଇଡି କେବେ ଚଢଉ କରୁନଥିବା କଂଗ୍ରେସ ଅଭିଯୋଗ କରିଆସୁଥିଲା । କିନ୍ତୁ କଂଗ୍ରେସର ଅଭିଯୋଗକୁ ଭୁଲ ପ୍ରମାଣିତ କରିଛି ଇଡି । କାରଣ ଆଜି  ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଇଡି ଚଢଉ କରିଛି । ଭୁବନେଶ୍ୱରର ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ଇଡି ରେଡ କରିଥିବା ସୂଚନା ମିଳିଛି ।  ଏହାଛଡ଼ା ବରବଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢଉ କରାଯାଇଛି । ୨୦କୋଟି ଟଙ୍କାର ଜମି ଦୁର୍ନୀତି ନେଇ ଏହି ରେଡ କରାଯାଇଥିବା ଜଣାଯାଇଛି ।  ବିଜେଡିର ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲଙ୍କ ଘରେ ଇଡି ପଶିବା ପରେ ଏବେ ଆଗକୁ କାହା ପାଳି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ କେନ୍ଦ୍ର ସରକାର ବିରୋଧୀଙ୍କୁ ଚୁପ କରିବା ପାଇଁ ଇଡିକୁ ବ୍ୟବହାର କରିଆସୁଥିବା ଅଭିଯୋଗ ହୋଇଆସୁଛି । ତେଣୁ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଏମିତିକି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ବି ଏବେ ଜେଲରେ ଅଛନ୍ତି । ତେଣୁ ଓଡ଼ିଶାରେ ଆଜି ଠାରୁ ଯେମିତି ଇଡି ଚଢଉ ଆରମ୍ଭ କରିଛି ତାହା ଆଗକୁ ଜାରି ରହିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଚଢଉ ଜାରି ରୁହେ ତେବେ ଆଗକୁ କାହା ପାଳି ପଡ଼ିବ ତାକୁ ନେଇ ବି ଏବେ ନେତାଙ୍କ ଛାତି ଧଡ଼ଧଡ଼ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।  ଓଡ଼ିଶାର ମାଳ ମାଳ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲେ ମଧ୍ୟ ବିଜେପି ଓ ବିଜେଡିର ମଧୁର ସମ୍ପର୍କ ଯୋଗୁଁ ଇଡି ଓଡ଼ିଶାରେ ଚଢଉ କରୁନଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଏବେ ଲାଗୁଛି ଇଡି ଏବେ ଆକ୍ସନ ମୁଡରେ । ଆଜି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଇଡିର ସ୍କାନରେ ଥିବାବେଳେ ଆଗକୁ କାହା ପାଳି ପଡ଼ିବ ତାହା କେବଳ ଦେଖିବାକୁ ବାକି ରହିଲା ।

Related Articles

Leave a Reply

Your email address will not be published.

Back to top button