ପୂର୍ବତଟ ରେଳପଥ ଆରପିଏଫ୍ ର ନୂତନ ପ୍ରମୁଖ ସୁରକ୍ଷା ଆୟୁକ୍ତ ହେଲେ ଆଲୋକ ବେହେରା

ଭୁବନେଶ୍ଵର: ଆଲୋକ ବୋହରା ଇତିମଧ୍ୟରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ମୁମ୍ବାଇ ରେଳବାଇ ବିକାଶ କର୍ପୋରେସନ୍ ଲିମିଟେଡରେ ଜେନେରାଲ୍ ମ୍ୟାନେଜର (ଏ ଆଣ୍ଡ ଏସ୍) ଭାବରେ କାର୍ଯ୍ୟ କରୁଥିଲେ ଯାହାକି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ପିଏସୟୁ ଅଟେ। ସେ ରେଳ ସୁରକ୍ଷା ବଳର ବିଭିନ୍ନ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆଲୋକ ବେହେରାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ରେ ମସିହାରେ ଭାରତୀୟ ପୋଲିସ ସେବା ପଦକ ଏବଂ ୨୦୦୫ ରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦ୍ଦେଶଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button